fbpx

ଜୀବନ ବୀମାର ମନି ବ୍ୟାକ୍ ପଲିସି କ’ଣ? କଭରେଜ୍ କେତେ ଏବଂ ଏହାର ଲାଭ କେତେ…

ଭୁବନେଶ୍ୱର : ଟଙ୍କା ରୁ ଟଙ୍କା ରୋଜଗାର କରିବାକୁ କିଏ ନ ଚାହେଁ । କିନ୍ତୁ ଏଥିପାଇଁ ଏହା ସହ ଜଡିତ ଗଣିତକୁ ମଧ୍ୟ ବୁଝିବା ଆବଶ୍ୟକ । କାରଣ ବୁଝିବିଚାରି ନିବେଶ କଲେ ହିଁ ଲାଭ ହୋଇଥାଏ । ସେଥିପାଇଁ ଆଜି ଆମେ ଏପରି ନିବେଶ ସମ୍ବନ୍ଧୀୟ ସୂଚନା ଦେବାକୁ ଯାଉଛୁ, ଯାହା ଆମର ଭବିଷ୍ୟତ ସୁରକ୍ଷିତ କରିବା ସହ ଭଲ ଲାଭ ମଧ୍ୟ ଦେଇଥାଏ । ଦ୍ୱିଗୁଣ ଲାଭ ମଳିଲା ଭଳିଆ ଅନେକ ଯୋଜନା ରହିଛି କିନ୍ତୁ ନ ବୁଝି ନିବେଶ କଲେ ବୋକାମୀ କାମ ହେବ । ବିନିଯୋଗ କରିବା ପୂର୍ବରୁ ସଠିକ୍ ନିଷ୍ପତ୍ତି ନେବା ଉଚିତ୍ । ତେଣୁ ଆଜି ଆମେ ଆପଣଙ୍କୁ ମନି ବ୍ୟାକ୍ ପ୍ଲାନ୍ କିମ୍ବା ମନି ବ୍ୟାକ୍ ପଲିସି ସହିତ ଜଡିତ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ, ଯାହା ପରେ ଆପଣ ଏଠାରେ ବିନିଯୋଗ କରିବାକୁ ଚିନ୍ତା କରିପାରିବେ ।

ଏକ ମନି ବ୍ୟାକ୍ ପଲିସି ହେଉଛି ବୀମାଭୁକ୍ତ ବ୍ୟକ୍ତିଙ୍କୁ ଜୀବନ କଭରର ସହ ଦ୍ୱିଗୁଣ ଲାଭ ମିଳିଥାଏ । ଏହାକୁ ଏଣ୍ଡୋମେଣ୍ଟ ଯୋଜନା ମଧ୍ୟ କୁହାଯାଏ । କାରଣ ଏହା ପଲିସିରେ ଅବଧି ମଧ୍ୟରେ ନିୟମିତ ବ୍ୟବଧାନରେ ନିୟମିତ ରିଟର୍ଣ୍ଣ ଦେଇଥାଏ । ଏହା ସହିତ, ବୀମା ମଧ୍ୟ ବ୍ୟାକ୍ ପଲିସି ସହିତ ସଂଲଗ୍ନ ହୋଇଛି, ଯେଉଁଠାରେ ଯଦି କୌଣସି କାରଣରୁ ବୀମାଧାରୀଙ୍କ ମୃତ୍ୟୁ ହୋଇଟାଏ,ତେବେ ତାଙ୍କ ପରିବାର ଆର୍ଥିକ ସୁରକ୍ଷା ପାଇଥାଆନ୍ତି ।

ଅନେକ ମନି ବ୍ୟାକ୍ ପଲିସି ଉଚ୍ଚ ରିଟର୍ଣ୍ଣ ଦେଇଥାଏ, ଏହା ସହିତ ଆପଣ ମନି ବ୍ୟାକ୍ ଯୋଜନାରେ ମଧ୍ୟ ନିୟମିତ ଆୟ ପାଇବେ । ମନି ବ୍ୟାକ୍ ପଲିସିରେ ଅନ୍ତର୍ଭୂକ୍ତ ହୋଇଥିବା ଜୀବନ କଭର୍ ଦୁର୍ଘଟଣା ସମୟରେ ଆପଣଙ୍କ ପ୍ରିୟଜନଙ୍କୁ ଉନ୍ନତ ଆର୍ଥିକ ସୁରକ୍ଷା ପ୍ରଦାନ କରିଥାଏ । ଏହା ସହିତ ୧.୫ ଲକ୍ଷ ପର‌୍ୟ୍ୟନ୍ତ ପ୍ରଦାନ କରାଯାଇଥିବା ପ୍ରିମିୟମ୍ ରେ ଧାରା ୮୦ସି ଅନୁଯାୟୀ ଟିକସମୁକ୍ତ ଅଟେ । ଏଭଳି ପରିସ୍ଥିତିରେ ଏଠାରେ ବିନିଯୋଗ କରିବା ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

Get real time updates directly on you device, subscribe now.