fbpx

ଗୁଳିମାଡ଼ର ପ୍ରକୃତ କାରଣ କ’ଣ ? ମନ୍ତ୍ରୀଙ୍କ ସହ ହୋଇଥିବା ବଚସା ନା ASIଙ୍କ ମାନସିକ ସ୍ଥିତି !

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କର ଗୁଳିମାଡରେ ମୃତ୍ୟୁ ହୋଇଥିବା ବେଳେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ହେବ ଜନ୍ମମାଟି ଝାରସୁଗୁଡ଼ାରେ ଅନ୍ତିମ ସଂସ୍କାର ହେବ । ଅନ୍ୟପଟେ ଏହି ହତ୍ୟାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ମନ୍ତ୍ରୀ ନବ ଦାସଙ୍କ ସହିତ ଅଭିଯୁକ୍ତ ପୋଲିସ ଅଧିକାରୀ ଗୋପାଳ ଦାସଙ୍କ ମାସେ ପୂର୍ବରୁ କୌଣସି କାରଣକୁ ନେଇ ବଚସା ହୋଇଥିବା ଶୁଣାଯାଉଛି । ଜଣେ ମନ୍ତ୍ରୀଙ୍କ ସହିତ ଏହି ତଳିଆ ଅଧିକାରୀଙ୍କ କାହିଁକି ବଚସା ହୋଇଥିଲା, ସେ ନେଇ କୌଣସି ତଥ୍ୟ ମିଳିନାହିଁ । ତେବେ, ନେତାମାନଙ୍କ ଅନୁମୋଦନରେ ପୋଲିସ ବିଭାଗ କିମ୍ବା ଅନ୍ୟାନ୍ୟ ବିଭାଗ ଗୁଡ଼ିକରେ ନିଯୁକ୍ତି ବଦଳି ଆଦି ହେଉଥିବା ନେଇ ଯେହେତୁ ଆଲୋଚନା ହୁଏ, ସେହି ଅନୁଯାୟୀ ଝାରସୁଗୁଡ଼ା ପୋଲିସରେ ମନ୍ତ୍ରୀଙ୍କ ପ୍ରଭାବ ରହିଥିବା ଚର୍ଚ୍ଚା ହୋଉଛି । ତେବେ, ଗୋପାଳ କୌଣସି କାମରେ କେବେ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ କି ନାହିଁ, ସେ ସମ୍ପର୍କରେ କୌଣସି ଖବର ହସ୍ତଗତ ହୋଇନାହିଁ ।

ସୂଚନା ମୁତାବକ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିବା ପୋଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ଘର ହେଉଛି ବ୍ରହ୍ମପୁର ଆଙ୍କୋଲି ଶିଳ୍ପାଞ୍ଚଳ ଛକ ପଞ୍ଚଶୀଳମାର୍ଗ । ଏଠାରେ ତାଙ୍କର ପତ୍ନୀ ଜୟନ୍ତୀ ଓ ପୁଅ-ଝିଅ ରହୁଛନ୍ତି । ଗୋପାଳଙ୍କ ପରିବାର, ମାନସିକ ଅବସ୍ଥା ଓ ଛୁଟି କଥା ଉଠାଇଛନ୍ତି । ପରିବାର ଲୋକଙ୍କ କହିବାନୁସାରେ, ଗୋପାଳଙ୍କ ମାନସିକ ଅବସ୍ଥା ଠିକ୍ ନଥିଲା । ଏଥିପାଇଁ ୮/୯ବର୍ଷ ହେବ ସେ ଔଷଧ ଖାଉଥିଲେ । ତେବେ, ସେ କାହିଁକି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ଗୁଳିମାଡ଼ କଲେ, ସେ ସମ୍ପର୍କରେ ଜାଣିନଥିବା କହିଛନ୍ତି ।

ତେବେ ମନ୍ତ୍ରୀ ବ୍ରଜରାଜନଗର ଗସ୍ତରେ ଯାଇଥିବା ବେଳେ ତାଙ୍କୁ ଜଣେ ପୋଲିସ ଏଏସଆଇ ଗୁଳିମାଡ କରିଥିଲେ । ଫଳରେ ଗୁଳିଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ଯାହାଫଳରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଏୟାର ଲିଫ୍ଟ ଯୋଗେ ବୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱତନ୍ତ୍ର ଗ୍ରୀନ୍ କରିଡର ମାଧ୍ୟମରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୫ ଜଣିଆ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବା ସହ ଅସ୍ତ୍ରୋପଚାର ମଧ୍ୟ କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.