ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ ନାହିଁ କୌଣସି ସମ୍ପର୍କ । ରାଜନୈତିକ ହେଉ ଅବା ବ୍ୟବସାୟିକ ପାକିସ୍ତାନ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ଇସ୍ରାଏଲ । ଉଭୟ ଦେଶରେ ଶତ୍ରୁତା ଏମିତି ରହିଛି ଯେ, ଇସ୍ରାଏଲ ଯିବା ପାଇଁ ପାକିସ୍ତାନ ନିଜ ଦେଶର ନାଗରିକମାନଙ୍କୁ ଅନୁମତି ଦେଇନାହିଁ । ଇସ୍ରାଏଲ ବ୍ୟତୀତ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରରେ ପାକିସ୍ତାନୀ ନାଗରିକଙ୍କ ପାସପୋର୍ଟ ବୈଧ ଅଟେ । ତେବେ କାହିଁକି ଇସ୍ରାଏଲ ଏବଂ ପାକିସ୍ତାନ ମଧ୍ୟରେ ଏତେ ତିକ୍ତତା ଆସନ୍ତୁ ଜାଣିବା ।
ଧାର୍ମିକ ଆଧାରରେ ପାକିସ୍ତାନ ଫିଲିସ୍ତିନକୁ ମାନ୍ୟତା ଦେଇଥାଏ । ଇସ୍ରାଏଲ ଏବଂ ଫିଲିସ୍ତିନ ମଧ୍ୟରେ ଥିବା ସମ୍ପର୍କ ସାରା ବିଶ୍ୱରେ ଜଣା । ୧୯୪୮ ବିଭାଜନ ପରେ ଇସ୍ରାଏଲ ଏବଂ ଫିଲିସ୍ତିନ ଦୁଇଟି ଦେଶରେ ପରିଣତ ହୋଇଯାଇଥିଲେ । ଗାଜା ଅଞ୍ଚଳ ଏହି ଉଭୟ ଦେଶ ମଧ୍ୟରେ ଶତ୍ରୁତାର ମୁଖ୍ୟ କାରଣ ପାଲଟିଗଲା । ଉଭୟ ଦେଶ ନିଜର ଦାବି କରି ଆସୁଥିବା ବେଳେ ଏମାନଶଙ୍କ ମଧ୍ୟରେ ତିକ୍ତତା ବଜାୟ ରହିଛି । ସେଥିପାଇଁ ଇସ୍ରାଏଲ ପାକିସ୍ତାନକୁ ମଧ୍ୟ ଶତ୍ରୁ ତାଲିକାରେ ରଖିଛି ଇସ୍ରାଏଲ ଏବଂ ପାକିସ୍ତାନକୁ କୌଣସି ପ୍ରକାର ମାନ୍ୟତା ଦେଇନଥାଏ ।