fbpx

motivational speaker ଜୟା କିଶୋରୀଙ୍କ ସୌନ୍ଦର୍ଯ୍ୟର ରହସ୍ୟ କ’ଣ ?

ନୂଆଦିଲ୍ଲୀ : ମୋଟିଭେସନାଲ ବା ପ୍ରେରଣାଦାୟକ ବକ୍ତା ଭାବରେ ଜୟା କିଶୋରୀଙ୍କ ନାମ ଖୁବ୍ ଜଣାଶୁଣା । ଆଧ୍ୟାତ୍ମିକ ପ୍ରେମୀ ଲୋକ କିଏ ବା ତାଙ୍କୁ ନ ଜାଣେ । ସେ ପ୍ରବଚନ ପାଇଁ ଯେତିକି ପ୍ରସିଦ୍ଧ ତା ଠାରୁ ଅଧିକ ଲୋକପ୍ରିୟତା ରହିଛି ତାଙ୍କର ସୌନ୍ଦର୍ୟ୍ୟ ପାଇଁ । ଅଧିକାଂଶ ଲୋକ ଚିନ୍ତା କରନ୍ତି ସେ କ’ଣ ଖାଦ୍ୟପାନୀୟ ନିଅନ୍ତି ଯାହା ଦ୍ୱାରା ତାଙ୍କର ସ୍କିନ୍ ଏତେ ଗ୍ଲୋ କରିଥାଏ । ଓଜନ ମଧ୍ୟ ସର୍ବଦା ନିୟନ୍ତ୍ରଣରେ ରହିଥାଏ ।

ଜୟା କିଶୋରୀ କିଛି ସମୟ ପୂର୍ବରୁ ଏକ ସାକ୍ଷାତକାରରେ ନିଜର ଓଜନ ହ୍ରାସ ଯାତ୍ରା ବିଷୟରେ କହିଥିଲେ। ଏହା ସହ ଏଥିରେ ସେ ନିଜ ଖାଦ୍ୟପାନୀୟ ବିଷୟରେ ମଧ୍ୟ କହିଥିଲେ । ସେ କ’ଣ ଖାଉଛନ୍ତି ଏବଂ କଣ କରନ୍ତି ନାହିଁ ସମ୍ପୂର୍ଣ୍ଣ ବୀବରଣୀ ଦେଇଥିଲେ ।

ଜୟା କିଶୋରୀ କହିଥିଲେ ଯେ ସେ ଜଙ୍କ ଫୁଡ ଖାଆନ୍ତି ନାହିଁ ଏବଂ ସେସବୁ ଠାରୁ ସମ୍ପୂର୍ଣ୍ଣ ଦୂରରେ ରୁହନ୍ତି । ଅନୁସନ୍ଧାନ ଅନୁଯାୟୀ, ଜଙ୍କ ଫୁଡରେ ଅସ୍ୱାସ୍ଥ୍ୟକର ଚର୍ବି ଏବଂ ପ୍ରକ୍ରିୟାକୃତ କାର୍ବସ୍ ପରିମାଣ ବହୁତ ଅଧିକ, ଯାହା ଚର୍ମରେ ପିମ୍ପଲ୍, ବ୍ରଣ ଓ କଳା ଦାଗ ସୃଷ୍ଟି କରିଥାଏ ।

ଚର୍ମ ଚମକିବା ଏବଂ ସଫା କରିବା ପାଇଁ ଠିକ୍ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟା କିଶୋରିଙ୍କ ଉତ୍ତମ ଖାଦ୍ୟ ଖାଆନ୍ତି ଏବଂ ଅପରିଷ୍କାର ଖାଦ୍ୟ ଠାରୁ ଦୂରେଇ ରୁହନ୍ତି । ଏହା ହେଉଛି ତାଙ୍କ ସୌନ୍ଦର୍ୟ୍ୟର ରହସ୍ୟ ।

ସାମୋସା ବା ସିଙ୍ଗଡା, ଚାଟ୍, କାଚୋରୀ, ପିଜା, ଫ୍ରେଞ୍ଚ୍ ଫ୍ରା ଇତ୍ୟାଦି ଜଙ୍କ ଫୁଡ୍ ଖାଇବା ଠାରୁ ସେ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତି ।

ହେଲ୍ଥଲାଇନରେ ପ୍ରକାଶିତ ୨୦୨୧ ଅନୁସନ୍ଧାନ ଅନୁଯାୟୀ, ଦୁଗ୍ଧ, ଚକୋଲେଟ୍, ଉଚ୍ଚ ଚର୍ବିଯୁକ୍ତ ପଦାର୍ଥ ଏବଂ ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ (କାର୍ବୋହାଇଡ୍ରେଟ୍ ଏବଂ ଚିନି) ଥିବା ଖାଦ୍ୟ ବ୍ରଣ ସୃଷ୍ଟି କରିଥାଏ ।

ବିଜ୍ଞାନ କହିଛି ଯେ ପରିଷ୍କାର ଖାଦ୍ୟରେ ସମ୍ପୂର୍ଣ୍ଣ ଶସ୍ୟ, ସବୁଜ ପନିପରିବା, ଫଳ, ପ୍ରକ୍ରିୟାକୃତ ଖାଦ୍ୟ ରହିଥାଏ ଯାହା ବହୁ ପରିମାଣରେ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଜୟା ୯୮-୯୯ ପ୍ରତିଶତ ସାତ୍ତ୍ୱିକ୍ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବାବେଳେ ୧-୨ ପ୍ରତିଶତ ସେ ନିଜକୁ ଆରାମ ଦେଇଛନ୍ତି ଯେଉଁଥିରେ ସେ ନିଜ ପସନ୍ଦ ଅନୁଯାୟୀ ଖାଉଛନ୍ତି । ଛୁଟି କାଳୀନ ସମୟରେ ସେ କିଛି ବାହାର ଫୁଡ୍ ଖାଇଥାନ୍ତି । ଫେରିଲେ ପୁଣି ସେ ନିଜର ଡାଏଟ୍ ଚାଟ୍ ଆରମ୍ଭ କରି ଦିଅନ୍ତି ।

Get real time updates directly on you device, subscribe now.