fbpx
BJD
BJD SKY
BJD SKY

ରାଜ୍ୟରେ ବଢୁଛି ଦିନର ତାପମାତ୍ରା , ଜାଣନ୍ତୁ କଟକ ଓ ଭୁବନେଶ୍ୱରରେ କେତେ କରାଯାଇଛି ରେକର୍ଡ

BJD

ଭୁବନେଶ୍ୱର: ରାଜ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଭୁବନେଶ୍ୱରରେ ୩୧ ଦଶମିକ ୮ ଏବଂ କଟକରେ ୩୦ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଅପରପକ୍ଷରେ ୧୭ଟି ସହରର ସର୍ବନିମ୍ନ ତାପମାତ୍ରା ୨୦ଡିଗ୍ରୀ ଉପରେ ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ତେବେ ଶୀତ ଯାଇ ନ ଥିବା ବେଳେ ସୂର୍ଯ୍ୟଙ୍କ କୋପ ଏତେ ରହୁଛି ‌ଯେ ଜନଜୀବନ ଅସ୍ତବ୍ୟସ୍ତ କରି ପକାଇଲାଣି। କିଏ ଗାଡ଼ିର ଏସି ବନ୍ଦ କରୁନାହାନ୍ତି ତ ଆଉ କିଏ ଛତା ତଳେ ତାତିରୁ ସୁରକ୍ଷା ଲୋଡ଼ୁଛନ୍ତି। ଯେଉଁ ସମୟରେ ରାତିରେ କମ୍ବଳ ଘୋଡ଼ାଇ ହୋଇ ଶୋଇବା କଥା, ସେତେବେ‌ଳେ ଲୋକେ ଶୀତତାପ ନିୟନ୍ତ୍ରିତ କୋଠରୀର ଆବଶ୍ୟକ କରୁଛନ୍ତି। ରାତି ହେଉ ଅଥବା ଦିନ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଏମିତି ସ୍ଥିତି ଉପୁଜିଛି। ମାଘ ମାସରୁ ଏଭଳି ଗ୍ରୀଷ୍ମ ପ୍ରବାହ ହେଉଥିବାରୁ ଆଗକୁ ସ୍ଥିତି ଅଧିକ ସଙ୍ଗୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶଙ୍କ କହିବାନୁଯାୟୀ ଓଡ଼ିଶାକୁ ଥଣ୍ଡା ପବନ ଆସୁ ନ ଥିବାରୁ ଏବେ ତାପମାତ୍ରା ଅଧିକ ରହୁଛି। ଆସନ୍ତା ୨ରୁ ୩ ଦିନ ଏଭଳି ସ୍ଥିତି ଲାଗିରହିବ। ୧୦ରୁ ୧୨ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାକୁ ଥିବାରୁ ତାପମାତ୍ରା ପୁଣିଥରେ ହ୍ରାସ ପାଇପାରେ। ବୁଧବାର ଭୋର ସମୟରେ ଗଞ୍ଜାମ, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ଏବଂ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.