ସମୟର ଆହ୍ୱାନ, AI ସହ ଜଡିତ ଅପରାଧ ରୋକିବାକୁ ଆଇନର ରହିଛି ଆବଶ୍ୟକତା

ନୂଆଦିଲ୍ଲୀ- ଏବେ ସାରା ବିଶ୍ୱର ଫୋକସରେ ଏଆଇ । ଏଆଇକୁ ନେଇ ବିପ୍ଲବ କରିବାକୁ ପ୍ରୟାସ ଚାଲିଛି । ବିଭିନ୍ନ ସଂଗଠନ ମଧ୍ୟ ଏଆଇକୁ ପାଥେୟ କରି କର୍ମଚାରୀ ଛଟେଇ ପାଇଁ ଚିନ୍ତା କରୁଛନ୍ତି । ଏଆଇର ବ୍ୟବହାର ଆମ ଦେଶରେ ମଧ୍ୟ ବୃଦ୍ଧି ପାଇଚି । ଏଥିସହ ତାଳ ଦେଇ ବିଭିନ୍ନ ଅପରାଧ ଧୀରେ ଧୀରେ ସାମ୍ନାକୁ ଆସିଛି ।

ଏଆଇ ଦ୍ୱାରା ଟିନ ଏଜର ପରିବାର ବିରୋଧରେ ଯିବା ତଥା ନିଜକୁ ମାରିବା ପରି ଘଟଣା ସାମ୍ନାକୁ ଆସିଲାଣି । ଖାଲି ସେତିକି ନୁହେଁ, ଏଆଇ ଆମ ଦୈନନ୍ଦିନ ଜୀବନରେ ସାମିଲ ହେବା ପରେ ଡାଟା ପ୍ରୋଟେକ୍ସନ, ଭେଦଭାବ, ଭୁଲ ତଥ୍ୟ ପ୍ରଦାନ ପରି ଘଟଣା ସାମ୍ନାକୁ ଆସୁଛି । ତେବେ ଭାରତ ସରକାର ୨୦୧୯ରେ ପୋଲିସିଂ ପାଇଁ ଦୁନିଆରେ ସବୁଠାରୁ ବଡ ଚେହେରା ଚିହ୍ନଟ କରୁଥିବା ସିଷ୍ଟମ ତିଆରି କରିବାକୁ ଘୋଷଣା କରିଥିଲେ । ଏହି ଘୋଷଣା ସମସ୍ତଙ୍କୁ ଚମକାଇ ଦେଇଥିଲା । ଏବେ ଏହି ଘୋଷଣା ସତ ହେବା ପରି ଜଣାପଡୁଛି । ରେଳଷ୍ଟେସନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କାର୍ଯ୍ୟକାରୀ କରିଛି ।

ତେବେ ସାଇବର କ୍ରାଇମ ପରି ଅଦୃଶ ଅପରାଧୀଙ୍କୁ ଧରିବାକୁ ଯେମିତି ସାରା ବିଶ୍ବ ତଥା ଆମ ଦେଶରେ କଡା ଆଇନ ହୋଇଛି, ସେମିତି ଆଇନର ଆବଶ୍ୟକତା ଏହି ନୂଆ ବିପ୍ଲବ କ୍ଷେତ୍ରରେ ମଧ୍ୟ ଆବଶ୍ୟ ହୋଇପଡିଲାଣି । ସମୟ ଥାଇ ଏହା ଉପରେ ପଦକ୍ଷେପ ନେବା ଜରୁରୀ । ତେବେ ଏଆଇ ଅପରାଧ ରୋକିବାକୁ କିଛି ନିୟମ ରହିଛି କି ଭାରତରେ?