ଇଟାର ଜବାବ ପଥରରେ ଦେଲା ଭାରତ; ପାକିସ୍ତାନକୁ ଉଚିତ୍ ଜବାବ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୈଶଙ୍କର

ଜାତିସଙ୍ଘର ଆତଙ୍କବାଦ ତାଲିକାରେ ବି ପାକିସ୍ତାନର ନାମ..

ନ୍ୟୁୟର୍କ: ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ । ଆତଙ୍କବାଦର କେନ୍ଦ୍ର ସ୍ଥଳ କହି ପାକିସ୍ତାନକୁ କଡା ଭତ୍ସନା କରିଲେ ।

ପହଲଗାମରେ ହୋଇଥିବା ଆକ୍ରମଣ ଓ ଏହାର ଜବାବରେ ଭାରତ କରିଥିବା ଅପରେସନ ସିନ୍ଦୁର ବାବଦରେ ମଧ୍ୟ ଜାତିସଂଘରେ ଗୋଟି ଗୋଟି କରି ବର୍ଣ୍ଣନା କରିଥିଲେ ଏସ୍‌.ଜୈଶଙ୍କର ।
ସେ କହିଥିଲେ କି “ଭାରତ ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରି ଆସୁଛି । ଆଉ ଯଦି ଦେଶ ଭିତରେ ପଶି କେହି ଭାରତର ଲୋକଙ୍କ ଉପରେ ଆକ୍ରମଣ କରିବା ଭାରତୀୟ ସେନା ତାର ଉଚିତ୍ ଜବାବ ଦେବ । ଯେପରି ଅପରେସନ ସିନ୍ଦୁର ମାଧ୍ୟମରେ ଦେଇଥିଲା ।

ପାକିସ୍ତାନ ଆତଙ୍କୀ ପ୍ରଥମେ ଭାରତର ପହଲଗାମରେ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରି ସୀମା ପାର କରିଥିଲେ । ଆଉ ଆମେ ଏହାର ଜବାବ ଅପରେସନ ସିନ୍ଦୁରରେ ଦେଇଥିଲୁ । ପାକିସ୍ତାନ ଓ ପିଓକ ଅଁଚଳରେ ଆତଙ୍କବାଦୀ ରହୁଥିବା ସ୍ଥାନ ଗୁଡିକୁ ଟାର୍ଗେଟ କରି ଭାରତ ଆକ୍ରମଣ କରିଥିଲା । ଜାତିସଂଘରେ ଥିବା ଏକ ରିପୋର୍ଟ ମୁତାବକ ପାକିସ୍ତାନ ଆତଙ୍କବାଦୀଙ୍କର ଆଡ୍ଡା ଅଟେ ।”

ଜାତିସଂଘର ସାଧାରଣ ସଭାରେ ନିଜ ମତ ରଖି ଏପରି କହିଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌.ଜୈଶଙ୍କର ।