fbpx

ଋଷର କରୋନା ଟୀକା ନେଇ କଣ କହିଲା ଡ଼ବ୍ଲୁଏଚଓ, ଜାଣନ୍ତୁ

ନୂଆଦିଲ୍ଲୀ,୧୧ା୮: ଋଷର କରୋନା ଟିକା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିକ୍ରିୟା ରଖିଛି । ସୁରକ୍ଷା ତଥ୍ୟ ଯାଞ୍ଚ ପରେ ଟିକାକୁ ସ୍ୱୀକୃତି ମିଳିବ ବୋଲି ଡବ୍ଲୁଏଚଓ କହିଛି । ଏହାସହ ଟିକାକୁ ମଞ୍ଜୁରି ଦେବା ପୂର୍ବରୁ କଡ଼ା ଯାଞ୍ଚର ଆବଶ୍ୟକତା ରହିଛି ବୋଲି କହିଛି । ଟିକା କେତେ ସୁରକ୍ଷିତ ଯାଞ୍ଚ ପରେ ମଞ୍ଜୁରି ମିଳିବ । ଟିକାର ପ୍ରଭାବ ଅନୁଧ୍ୟାନ ପରେ ବ୍ୟବହାର ପାଇଁ ଅନୁମତି ମିଳିବ । ଏନେଇ ଋଷ ପ୍ରଶାସନ ସହ ଆଲୋଚନା କରୁଥିବା ମଧ୍ୟ କହିଛି ଡବ୍ଲୁଏଚଓ ।

ଉଲ୍ଲେଖଯୋଗ୍ୟ ଯେ ବିଶ୍ୱରେ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଆଜି ଋଷ ଏକ ଖୁସି ଖବର ଦେଇଥିଲା । ଋଷ ଆଜି ବିଶ୍ୱର ପ୍ରଥମ କରେନା ଟୀକା ବାହାର କରିଥିଲା । ଏହାସହ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଋଷର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ଟିକାକୁ ମଞ୍ଜୁରି ମିଳିଥିଲା । ଋଷର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ପରେ ପୁଟିନଙ୍କ ଝିଅକୁ ଏହି ଟିକା ଦିଆଯାଇଛି ।

Get real time updates directly on you device, subscribe now.