fbpx

ଚା’ ସହ କାହିଁକି ଖାଇବା କଥାନୁହେଁ ଲୁଣିଆ ଜିନିଷ ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ଭାରତରେ ଅଧିକାଂଶ ଲୋକ ଚା’ ପିଇବାକୁ ପସନ୍ଦ କରନ୍ତି । ସକାଳର ଆରମ୍ଭ ହେଉ ବା ସନ୍ଧ୍ୟାର ଶେଷ, ଚା’ ବିନା ସମୟ ବିତି ନଥାଏ । କିନ୍ତୁ ଚା ପିଇବା ସମୟରେ ଅନେକ ଥର ଏପରି କିଛି ଭୁଲ ହୋଇଥାଏ, ଯାହା ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ଅନେକ ଲୋକ ଚା ସହିତ ଲୁଣିଆ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି, କିନ୍ତୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ଏହା କରିବା ଦ୍ୱାରା ସେମାନେ ନିଜ ଶରୀରର ଶତ୍ରୁ ପାଲଟନ୍ତିି । ଚା’ ସହ ଲୁଣିଆ ଜିନିଷ ଖାଇଲେ କ’ଣ କ’ଣ କ୍ଷତି ହେବ, ସେନେଇ ଗ୍ରେଟର ନୋଏଡାର ଜିଆଇଏମଏସ ହସ୍ପିଟାଲରେ କାର୍ଯ୍ୟରତ ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡାକ୍ତର ଆୟୁଷ ଯାଦବ କହିଛନ୍ତି । ଆସନ୍ତୁ ଜାଣିବା…

– ଇନଡାଇଜେସନ
ଚା’ କରିବା ପାଇଁ ଚିନି ବ୍ୟବହାର କରାଯାଏ ଏବଂ ନାମକିନ୍ ତିଆରି ପାଇଁ ଲୁଣ ବ୍ୟବହୃତ ହୁଏ । ଅଧିକାଂଶ ଡାକ୍ତର ଏକାଠି ଖଟା ଏବଂ ମିଠା ଜିନିଷ ଖାଇବାକୁ ପରାମର୍ଶ ଦିଅନ୍ତି ନାହିଁ । ଏହା କରିବା ଦ୍ୱାରା ପେଟରେ ଗ୍ୟାସ୍ ସୃଷ୍ଟି ହୁଏ ଏବଂ ଇନଡାଇଜେସନ ସମସ୍ୟା ଉପୁଜୁଥାଏ ।

– Acidity
କିଛି ଲୁଣିଆ ଜିନିଷ ଏପରି ରହିଛି, ଯେଉଁଥିରେ ଡ୍ରାଏ ଫ୍ରୁଟ୍ସ ବ୍ୟବହାର କରାଯାଇଛି । ବାଦାମକୁ ଚା’ ସହିତ ଖାଇବା ଉଚିତ୍ ନୁହେଁ । ଯଦି ଆପଣ ଚା ଏବଂ ଡ୍ରାଏ ଫ୍ରୁଟ୍ସ ଥିବା କିଛି ଲୁଣିବା ଜିନିଷ ଖାଆନ୍ତି, ତେବେ Acidity ସମସ୍ୟା ହୋଇପାରେ ।

– ପେଟ ଯନ୍ତ୍ରଣା
ଚା’ ତିଆରିରେ ଦୁଗ୍ଧ ବ୍ୟବହୃତ ହୁଏ ଏବଂ ଲୁଣିଆ ଜିନିଷକୁ ଆଦୌ କ୍ଷୀର ସହିତ ଖାଇବା ଉଚିତ ନୁହେଁ କାରଣ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଏହା ଦ୍ୱାରା ଖାଇବା ହଜମ ହେବା କଷ୍ଟକର ହୋଇପଡେ । ଯଦି ଆପଣ ଏକାଠି ଚା’ ସହ ଲୁଣିଆ ଜିନିଷ ଖାଉଛନ୍ତି, ତେବେ ଆପଣଙ୍କର ପେଟ ଯନ୍ତ୍ରଣା ହୋଇପାରେ ।

Get real time updates directly on you device, subscribe now.