fbpx
BSKY
BJD MC SKY
BJD YOUTH SKY

କିଛି ଜାଣିବା କଥା, ରାସ୍ତାରେ ଲାଗିଥିବା ଏହି ଚିହ୍ନ କ’ଣ ସୂଚାଏ? ଜାଣି ରଖନ୍ତୁ ଟ୍ରାଫିକ ନିୟମ

ନୂଆଦିଲ୍ଲୀ: ସଡକ ଏବଂ ପରିବହନ ମନ୍ତ୍ରାଳୟ ତରଫରୁ ଦେଶରେ ହେଉଥିବା ସଡକ ଦୁର୍ଘଟଣା ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଭାରତରେ ପ୍ରତି ଘଣ୍ଟାରେ ୪୭ ବା ଅଧିକ ଦୁର୍ଘଟଣା ଘଟୁଛି । ତେବେ ଦ୍ରୁତ ଗତି, ଓଭରଟେକିଙ୍ଗ ଏବଂ ବିପଦଜନକ ଗାଡିଚାଳନା ଯୋଗୁଁ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ରାସ୍ତାକଡରେ ଲାଗିଥିବା ଟ୍ରାଫିକ ସିଗନାଲ ମାନିଲେ ଦୁର୍ଘଟଣା ସଂଖ୍ୟା କମିପାରେ । ଏହାପୂର୍ବରୁ ସମସ୍ତ ସିଗନାଲ ଚିହ୍ନିବାକୁ ହେବ । କିନ୍ତୁ ଆମେ କହିବାକୁ ଯାଉଥିବା ଏକ ସିଗନାଲ ବିଷୟରେ ହୁଏତ ବହୁତ କମ୍ ଲୋକ ଜାଣିଥିବେ । ତେବେ ଆସନ୍ତୁ ଜାଣିବା ଏହି ଟ୍ରାଫିକ ନିୟମ ବିଷୟରେ ।

ଏହି ସଂକେତ ହେଉଛି ୱିଡଥ ଲିମିଟ ସିଗନାଲ । ରାସ୍ତାର ଆଗକୁ ଚଉଡା ସୀମାକୁ ଦର୍ଶାଇଥାଏ ଏହି ଚିହ୍ନ । ତେବେ ସାଧାରଣତଃ ଏହା କୌଣସି ପୋଲ କିମ୍ବା ଅଣଚଉଡା ରାସ୍ତା ପୂର୍ବରୁ ଏହି ଚିହ୍ନ ଲଗା ଯାଇଥାଏ । ଏହି ଚିହ୍ନରେ ଏକ ଗୋଲ ମଧ୍ୟରେ ରାସ୍ତାର ଚଉଡା ଲେଖା ଯାଇଥାଏ । ଏହା ବୁଝାଇଥାଏ ଯେ ଆଗକୁ ରାସ୍ତାର ଚଉଡା କେତେ ମିଟର ରହିଛି । ଅର୍ଥାତ୍ ସେହି ମାପରୁ ଅଧିକ ଓସାରିଆ ଗାଡି ଆଗକୁ ଯିବା ସମ୍ଭବ ନୁହେଁ । ତେଣୁ ଗାଡିଚାଳକ ସତର୍କ ହୋଇଯିବା ସହ ସେଠାରୁ ନିଜ ରାସ୍ତା ପରିବର୍ତ୍ତନ କରନ୍ତି । ଉଦାହରଣ- ଯଦି ଗୋଲ ଭିତରେ ୨ ଲେଖା ହୋଇଥାଏ, ତେବେ ଆଗକୁ ରାସ୍ତାର ଓସାର ମାତ୍ର ୨ ମିଟର ଚଉଡା ରହିଛି । ତେଣୁ ୨ ମିଟରରୁ ଅଧିକ ଓସାରର କୌଣସି ଯାନବାହନ ସେଠାକୁ ଗଲେ ଫସିଯିବା ନିଶ୍ଚୟ ।

ତେବେ ଅନେକ ଥର ପୋଲ କିମ୍ବା ଅନ୍ୟ କୌଣସି ଅଣଚଉଡା ରାସ୍ତାରେ ଗାଡି ଫସିଯିବାରୁ ରାସ୍ତା ଜାମ୍ ହେଉଥିବା ଦେଖିଥିବା । ଏହି ସିଗନାଲ ନ ମାନି ଆଗକୁ ଯିବା ଦ୍ୱାରା ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ତେଣୁ ଏହି ସଂକେତକୁ ଭଲ ଭାବରେ ଜାଣି ରଖନ୍ତୁ ଏବଂ ରାସ୍ତାରେ କେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ନଚେତ୍ ଆପଣ ନିଜେ ଫସିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଅସୁବିଧାରେ ପକାଇ ପାରନ୍ତି ।

Get real time updates directly on you device, subscribe now.