fbpx

ପୁରୁଣା ଭାଇରସରୁ ତିଆରି ହେବ କ୍ୟାନସର ମେଡିସିନ: ମଣିଷର DNA ଓ ପୂର୍ବପୁରୁଷଙ୍କୁ ନେଇ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷର ଲାଇଫଷ୍ଟାଇଲ ମଧ୍ୟ ବଦଳିବାରେ ଲାଗିଛି । ମଣିଷର ଖାଦ୍ୟପେୟ, ବେଶ ପୋଷାକ, ଚିନ୍ତାଧାରା ସବୁକିଛି ବଦଳିବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ବୀମାରୀ ଶିକାର କରିବାରେ ଲାଗିଛି । ଆଜିର ସମୟରେ ମଣିଷ ଆଗରେ ହୃଦରୋଗ, ବ୍ଲଡପ୍ରେସର, କ୍ୟାନସର, ବ୍ରେନ ସମ୍ବନ୍ଧିତ ବିଭିନ୍ନ ପ୍ରକାର ରୋଗ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ତେବେ ଏହା ମଧ୍ୟରେ କ୍ୟାନସରକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ଏକ ରିସର୍ଚ୍ଚ ମୁତାବକ, ମଣିଷ ପାଇଁ ଫୁସଫୁସ କ୍ୟାନସର ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଥିବା ବେଳେ ଏନେଇ ଏକ ନୂଆ ସଫଳତା ମିଳିଛି । ଆମର ଶରୀରର ଡିଅକ୍ସିରିବୋ ନ୍ୟୁକ୍ଲିକ ଏସିଡ (ଡିଏନଏ)ରେ ରହିଥିବା ପୁରୁଣା ଭାଇରସର ଅବଶିଷ୍ଟାଂଶ ଲଙ୍ଗ କ୍ୟାନସରର ଚିକିତ୍ସା ଦିଗରେ ବେଶ୍ ସହାୟକ ହୋଇ ପାରିବ । ଏହା ଫୁସଫୁସ କ୍ୟାନସର ବିପକ୍ଷରେ ଲଢ଼ିବା ପାଇଁ ଏକ ଆଣ୍ଟିବଡି ପରି କାର୍ଯ୍ୟ କରିବ । ପ୍ରତିବର୍ଷ କ୍ୟାନସରରେ ସାରା ବିଶ୍ୱରେ କୋଟି କୋଟି ଲୋକ ମୃତ୍ୟୁବରଣ କରୁଛନ୍ତି । ତେଣୁ ଏହି ନୂଆ ଅଧ୍ୟୟନ ତଥ୍ୟ କ୍ୟାନସର ଚିକିତ୍ସା କ୍ଷେତ୍ରରେ ସୁଫଳ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।

ମଣିଷର ଡିଏନଏରେ ପୁରୁଣା କୋଷିକାମାନଙ୍କର ଅବଶେଷ ରହିଛି, ତାହାକୁ ଏଣ୍ଡୋଜେନସ ରେଟ୍ରା ଭାଇରସ (ଇଆରଭି) ବୋଲି କୁହାଯାଇଥାଏ । ଏହି ଅବଶେଷ ଭାଇରାଲ ରୋଗରୁ ବଞ୍ଚିପାରିଥିବା ପୂର୍ବପୁରୁଷଙ୍କ ପୀଢ଼ିର ବୋଲି ଜଣାପଡ଼ିଛି । ଏହି ଅବଶିଷ୍ଟାଂଶ କ୍ୟାନସର ଟ୍ୟୁମର ବିରୋଧରେ ଲଢ଼ିବା କ୍ଷେତ୍ରରେ ଇମ୍ୟୁନ ସିଷ୍ଟମକୁ ସହାୟତା କରିପାରିବ । କ୍ୟାନସର ରୋଗୀର ଚିକିତ୍ସା ପାଇଁ ଇଆରଭି ଜିନରୁ ଭ୍ୟାକ୍ସିନ ପ୍ରସ୍ତୁତ କରିବା ସମ୍ଭବ ହୋଇପାରିବ, ଯାହାକି ଶରୀରର ଆଣ୍ଟିବଡି ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିବ । ଲଣ୍ଡନର ଫ୍ରାନ୍ସିସ କ୍ରିକ ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ରିସର୍ଚ୍ଚ କରାଯାଇଥିଲା । ଲଙ୍ଗ କ୍ୟାନସରରେ ସଂକ୍ରମିତ ହୋଇଥିବା ଏକ ମୂଷାର ଟ୍ୟୁମରର ନମୂନା ନେଇ ଇମ୍ୟୁନ ସେଲର ଗତିବିଧି ଉପରେ ପରୀକ୍ଷା କରାଯାଇଥିଲା । ତେବେ ଏହି କୋଷିକା ଫୁସଫୁସ୍ କ୍ୟାନସରର କ୍ଷେତ୍ରରେ ଇମ୍ୟୁନ ପ୍ରଦାନ କରୁଥିବା ଜଣାପଡ଼ିଛି । ଏହି କୋଷିକା ଟ୍ୟୁମର ବିରୋଧରେ ଆଣ୍ଟିବଡି ନିର୍ମାଣ କରିପାରୁଥିବା ଅଧ୍ୟୟନରୁ ଜଣାପଡ଼ିଥିଲା ।

Get real time updates directly on you device, subscribe now.