fbpx
BSKY
BJD SHG SKY
BJD YOUTH SKY

ଏହି ଦିଗକୁ ଗୋଡ଼ କରି ଶୋଇଲେ ରାତିରେ ଆସିଥାଏ ଭଲ ନିଦ: ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଏହି ଉପାୟ

ନିଦ କାହାକୁ ବା ପସନ୍ଦ ନଥାଏ । କିନ୍ତୁ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ରାତି ଯେତେ କଡ଼ ଲେଉଟାଇଲେ ବି ନିଦ ଆସିନଥାଏ । ସେମାନେ ଅନେକଥର ବାହାରୁ ଆସୁଥିବା ଶବ୍ଦ ଓ ଶେଯରୁ ଆସୁଥିବା ଗନ୍ଧକୁ ଦୋଷ ଦିଅନ୍ତି । କେବଳ ଶେଯର ଗନ୍ଧକୁ ଠିକ୍ କଲେ ଭଲ ନିଦ ଆସିନଥାଏ, ଏଥିପାଇଁ ଆପଣଙ୍କୁ ନିଜ ଘର ବିଶେଷକରି ନିଜ ବେଡରୁମର ବାସ୍ତୁଶାସ୍ତ୍ର ଓ ଶୋଇବାର ଦିଗକୁ ଠିକ୍ କରିବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା ସେହି ବିଷୟରେ…

ଇଶାଣ କୋଣରେ ରଖନ୍ତୁ ହାଲୁକା ବସ୍ତୁ:-
ଯଦି ଆପଣ ରାତିରେ ଭଲ ନିଦ ନେବାକୁ ଚାହାଁନ୍ତି, ତେବେ ଅଗ୍ନି ସମ୍ବନ୍ଧୀୟ କୌଣସି ଜିନିଷକୁ ଘରର ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ । ଏହା ସହ ଘରର ଉତ୍ତର ଦିଗ, ଯାହାକୁ ଇଣାଣ କୋଣ କୁହାଯାଏ , ସେଠାରେ ହାଲୁକା ଜିନିଷ ରଖିବା ଉଚିତ୍ । ଏହି ଉପାୟରେ ମାନସିକ ଶାନ୍ତି ମିଳିଥାଏ ଓ ଭଲ ନିଦ ଆସିଥାଏ ।

ପ୍ରତିଦିନ ଉଦ୍ଭିଦକୁ ପାଣି ଦେବାକୁ ଭୁଲନ୍ତୁ ନାହିଁ :-

ଯଦି ଆପଣ ଘର ଭିତରେ ଗଛ ଲଗାଇଛନ୍ତି, ତେବେ ସେଥିରେ ପ୍ରତିଦିନ ପାଣି ଦେବାକୁ ଭୁଲନ୍ତୁ ନାହିଁ । ସେମାନେ କୌଣସି ଅବସ୍ଥାରେ ଯେପରି ନଶୁଖିୀଯାଆନ୍ତ. ସେନେଇ ଧ୍ୟାନ ଦିଅନ୍ତୁ । ସେହି ଉଦ୍ଭିଦଗୁଡ଼ିକର ଶୁଖିବା ଘରେ ଅଶାନ୍ତି ସୃଷ୍ଟି କରେ । ଏହା ସହିତ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଓଭରହେଡ୍ ୱାଟର ଟ୍ୟାଙ୍କର ଲଗାଇବାର ବ୍ୟବସ୍ଥା କରନ୍ତୁ । ଏହା କରିବା ଶୁଭ ବୋଲି ବିବେଚନା କରାଯାଏ ।

ରୁମରେ କଣ୍ଟାଜାତୀୟ ପୁଷ୍ପ ରଖନ୍ତୁ ନାହିଁ :-
ଆପଣ ଘରେ ଯେକୌଣସି ଇଲେକ୍ଟ୍ରୋନିକ୍ ଆଇଟମ୍ ବ୍ୟବହାର କରୁଛନ୍ତି, ସେମାନଙ୍କ ନିୟମିତ ଯତ୍ନ ନେବା ନିଶ୍ଚିତ କରନ୍ତୁ । ଖରାପ ହୋଇଯାଇଥିବା ଜିନିଷ ଯୋଗୁଁ ଦୁର୍ଘଟଣାର ସମ୍ଭାବନା ରହିଛି । ଏଥି ସହିତ ସେଗୁଡ଼ିକ ମାନସିକ ଚାପ ମଧ୍ୟ ବଢ଼ାଇଥାଏ । ଏହା ସହ ଘରର କୌଣସି ରୁମରେ ଯେପରି କଣ୍ଟା ଜାତୀୟ ଫୁଲକୁଣ୍ଡ ନରୁହେ, ସେନେଇ ଆପଣ ଧ୍ୟାନ ଦିଅନ୍ତୁ ।

ଦକ୍ଷିଣ ଦିଗକୁ ପାଦ ଧରି ଶୁଅନ୍ତୁ ନାହିଁ:-
ଯଦି ଆପଣ ରାତିରେ ଭଲ ନିଦରେ ଶୋଇବାକୁ ଚାହାଁନ୍ତି, ତେବେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ମନରେ ଭୟ ଏବଂ ଅସ୍ଥିରତା ଭଳି ସମସ୍ୟା ସୃଷ୍ଟି ହୁଏ । ଏହା ସହିତ ଶୋଇବା ଘରେ ମୁଣ୍ଡ କବାଟ ଆଡକୁ ରଖି ଶୋଇବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ ଆପଣ ପୂର୍ବରେ ମୁଣ୍ଡ ଏବଂ ପଶ୍ଚିମରେ ପାଦ ରଖି ଶୋଇବା ଉଚିତ୍ । ଏହାଦ୍ବାରା ଆପଣଙ୍କୁ ଭଲ ନିଦ ଆସିବ ।

Get real time updates directly on you device, subscribe now.