fbpx

ଦଳରୁ ବାଦ ପଡିଲେ ରାହୁଲ-କୁଳଦୀପ: କ’ଣ ହୋଇପାରେ ପ୍ରଥମ ମ୍ୟାଚର ପ୍ଲେଇଙ୍ଗ ୧୧

Advertisement

ନୂଆଦିଲ୍ଲୀ: ଭାରତ-ସାଉଥ ଆଫ୍ରିକା ବିପକ୍ଷ ପ୍ରଥମ ମ୍ୟାଚ ପୂର୍ବରୁ ଚିନ୍ତାରେ ପଡିଛି ଟିମ ଇଣ୍ଡିଆ । ଦୁଇ ଷ୍ଟାର ଖେଳାଳିୀଙ୍କୁ ହରାଇ ଏବେ ପ୍ଲେଇଙ୍ଗ ୧୧କୁ ନେଇ ଚାଲିଛି କଳ୍ପନାଜଳ୍ପନା । ଅଧିନାୟକ ଭାବରେ ଚୟନ ହୋଇଥିବା ଓପନର କେ.ଏଲ ରାହୁଲ ଏବଂ ଷ୍ଟାର ସ୍ପିନର କୁଳଦୀପ ଯାଦବ ଆହତ ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଫଳରେ ଦଳରେ ଅନୁଭବୀ ଖେଳାଳିଙ୍କ ସଂଖ୍ୟା କମ ରହିଛି । ଯାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଅନ୍ୟ ପକ୍ଷରେ ଅଧିନାୟକ ଋଷଭ ପନ୍ତଙ୍କ ପାଇଁ ଏବେ ପ୍ଲେଇଙ୍ଗ ୧୧ ବାଛିବା ମଧ୍ୟ କଷ୍ଟକର ହୋଇ ପଡିଛି । ତେବେ ଯୁବ ଖେଳାଳିମାନଙ୍କୁ ନେଇ ସାଉଥ ଆଫ୍ରିକା ମିଶନରେ ଆଜିଠୁ ଯୁଦ୍ଧ ଆରମ୍ଭ କରିବେ ରାହୁଲ ଦ୍ରାବିଡ । ତେବେ ଆସନ୍ତୁ ଥରେ ନଜର ପକାଇବା ଆଜିର ପ୍ଲେଇଙ୍ଗ ୧୧ ଉପରେ ।

କେ.ଏଲ ରାହୁଲଙ୍କ ଅନୁପସ୍ଥିତିରେ ଋତୁରାଜ ଗାଏକ୍ୱାଡ ଏବଂ ଇଶାନ କିଶାନ ଦଳ ତରଫରୁ ପାଳି ଆରମ୍ଭ କରିବା ଏକ ପ୍ରକାର ନିଶ୍ଚିତ । ତେବେ ତୃତିୟ ସ୍ଥାନ ପାଇଁ ଦୀପକ ହୁଡ୍ଡ କିମ୍ବା ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ବାଛିବେ ପନ୍ତ । ସେହିପରି ଚତୁର୍ଥ ସ୍ଥାନରେ ପାଣ୍ଡ୍ୟା, ପଞ୍ଚମରେ ନିଜେ ଅଧିନାୟକ ପନ୍ତ ଏବଂ ଷଷ୍ଠ ସ୍ଥାନରେ ଦୀନେଶ କାର୍ତ୍ତିକଙ୍କ ସ୍ଥାନ ମିଳିପାରେ । ଏହି ମ୍ୟାଚରେ ୩ ଜଣ ସ୍ପିନରଙ୍କ ସହ ଓହ୍ଲାଇପାରେ ଟିମ ଇଣ୍ଡିଆ । ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ଣୋଇଙ୍କ ସହିତ ଆଜି ସାଉଥ ଆଫ୍ରିକାକୁ ଘେରିବ ପନ୍ତ ପାୱାର । ତେବେ ଦ୍ରୁତ ବୋଲର ଭାବେ ଭୁବନେଶ୍ୱର କୁମାର ଏବଂ ହର୍ଷଲ ପଟେଲଙ୍କୁ ଦଳରେ ସ୍ଥାନ ମିଳିପାରେ । କାରଣ ଷଷ୍ଠ ବୋଲର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ମହଜୁଦ ରହିଛନ୍ତି ।

ଭାରତର ପ୍ଲେଇଙ୍ଗ ୧୧:

ଋତୁରାଜ ଗାଏକ୍ୱାଡ, ଇଶ।।ନ କିଶାନ, ଶ୍ରେୟସ ଆୟର/ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ(ଅଧିନାୟକ), ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ ଏବଂ ରବି ବିଷ୍ଣୋଇ ।

Get real time updates directly on you device, subscribe now.