କେତେ ରହିବ 5G ସ୍ପିଡ? ଭାରତରେ ଏହି ଦିନ ଲଞ୍ଚ ହେବ 5G ନେଟୱାର୍କ- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି 5G ନେଟୱାର୍କ । ଏଥିପାଇଁ 5G ସ୍ପେକ୍ଟ୍ରମ ଅକ୍ସନ ଜାରି ରହିଥିବା ବେଳେ ଜିଓ(Jio), ଏୟାରଟେଲ(Airtel), ଭୋଡାଫୋନ ଆଇଡିଆ(VI) ଏବଂ ଅଦାନୀ(Adani) ଗ୍ରୁପ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଭାରତରେ କେବେ ଲଞ୍ଚ ହେବ 5G ଏବଂ ଏହାର ସ୍ପିଡ କିପରି ରହିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଛି । ତେବେ ସ୍ୱତନ୍ତ୍ରତା ଦିବସ ଅବସରରେ ଏହି 5G ସେବାକୁ ନେଇ ଏକ ବଡ ଅପଡେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସ୍ୱାଧୀନତା ଦିବସ ଅବସରରେ 5G ସ୍ପିଡକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଅନେକ ନୂଆ ତଥ୍ୟ ଦେଇଛନ୍ତି । ଭାରତରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା 5Gର ସ୍ପିଡ କେତେ ହୋଇପାରେ, ସେ ନେଇ ମଧ୍ୟ ମୋଦି ସୂଚନା ଦେଇଛନ୍ତି । ଭାରତରେ 5G ସ୍ପିଡ 4G ଅପେକ୍ଷା ପ୍ରାୟ ୧୦ ଗୁଣ ଅଧିକ ରହିବ ବୋଲି ପ୍ରଧାନମନ୍ତ୍ରୀ ଅନୁମାନ କରିଛନ୍ତି । ଏହାବ୍ୟତୀତ 5G ଲେଗ-ଫ୍ରି କନେକ୍ଟିଭିଟି ମଧ୍ୟ ଅଫର କରିପାରେ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ ଆସନ୍ତା ମାସରେ ଭାରତରେ ଏହି 5G ସେବା ଲଞ୍ଚ ହୋଇପାରେ । କିନ୍ତୁ ଚଳିତ ମାସ ଅର୍ଥାତ ଅଗଷ୍ଟରେ ହିଁ 5G ସେବା ରୋଲଆଉଟ କରିବା ନେଇ ରିଲାଏନ୍ସ ଜିଓର ଆକାଶ ଅମ୍ବାନୀ ଏବଂ ଏୟାରଟେଲ ଦାବି କରୁଛନ୍ତି । ତେବେ ଭୋଡାଫୋନ(VI) ତରଫରୁ ଏ ନେଇ କୌରସି ସୂଚନା ମିଳି ପାରିନଥିବା ବେଳେ ଅଦାନୀ ଗ୍ରୁପ ଏହାକୁ ଏକ ପ୍ରାଇଭେଟ ନେଟୱାର୍କ ଭାବରେ ଲଞ୍ଚ କରିବ ।