fbpx

କାଲିଠାରୁ ବନ୍ଦ ହୋଇପାରେ ଆପଣଙ୍କ ହ୍ୱାଟ୍ସଆପ୍‌, ଆଜି ହେଉଛି ଡେଡ୍‌-ଲାଇନ୍‌

ନୂଆଦିଲ୍ଲୀ: ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ନୂଆବର୍ଷରୁ ହ୍ୱାଟ୍ସଆପର ନିଜର ପ୍ରାଇଭେସି ପଲିସିକୁ ନେଇ ଆଲୋଚନା କରୁଥିବା ବେଳେ ନୂଆ ପଲିସି ଫେବୃଆରୀ ୮ରୁ ଲାଗୁ ହେବା ନେଇ ସୂଚନା ମିଳିଥିଲା । କିନ୍ତୁ ଚଳିତ ମାସ ବା ମେ’ ୧୫ରେ ହ୍ୱାଟ୍ସଆପର ନୂଆ ପଲିସି ଲାଗୁ ହେବାକୁ ଯାଉଛି । ଅର୍ଥାତ ଆଜି ହେଉଛି ଶେଷଦିନ । ଅନେକ ବିବାଦ ପରେ ହ୍ୱାଟ୍ସଆପ ନିଜର ନୂଆ ପଲିସିକୁ ୩ ମାସ ପର୍ଯ୍ୟନ୍ତ ଟାଳିଥିଲା ।

ନିକଟରେ ହ୍ୱାଟ୍ସଆପ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଯଦି ବ୍ୟବହାରକାରୀମାନେ ନୂତନ ଗୋପନୀୟତା ନୀତି ଗ୍ରହଣ କରିବାକୁ ଚାହୁଁ ନାହାଁନ୍ତି ତେବେ ଆପ୍ ବ୍ୟବହାର ବନ୍ଦ କରିପାରିବେ। କମ୍ପାନୀ କୌଣସି ଉପଭୋକ୍ତାଙ୍କୁ ଏହି ନୀତି ଗ୍ରହଣ କରିବାକୁ ବାଧ୍ୟ କରୁନାହିଁ ବୋଲି କୋର୍ଟ କହିଛନ୍ତି। ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ସ୍ୱୀକାର ନକଲେ ଧୀରେ ଧୀରେ ଫିଚରଗୁଡିକ କମି କମି ଯିବ ।

ତେବେ ପ୍ରାଇଭେସି ପଲିସିକୁ ନେଇ ହ୍ୱାଟ୍ସଆପ ପକ୍ଷରୁ ବ୍ୟବହାରକାରୀଙ୍କୁ ନୋଟିଫିକେସନ ପଠାଯାଉଛି, ଅର୍ଥାତ୍ ମେ’ ୧୫ ପୂର୍ବରୁ ଆପଣଙ୍କୁ ହ୍ୱାଟ୍ସଆପର ପ୍ରାଇଭେସି ପଲିସିକୁ ସ୍ୱୀକାର କରିବାକୁ ପଡିବ । ଯଦି ଆପଣ ଏହାକୁ ଗ୍ରହଣ ନକରନ୍ତି ତେବେ ଆପଣଙ୍କ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଉପଭୋକ୍ତାମାନେ ମେ’ ୧୫ ପର୍ଯ୍ୟନ୍ତ ହ୍ୱାଟ୍ସଆପର ନୂଆ ପଲିସିକୁ ଗ୍ରହଣ ନକରନ୍ତି, ତେବେ ସେମାନଙ୍କ ପାଖକୁ ନା କୌଣସି ମେସେଜ ଆସିବ ନା କୌଣସି ମେସେଜ ଯିବ । ନୂଆ ପଲିସି ଗ୍ରହଣ ନକରିବା ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ବନ୍ଦ ରହିବ । ଯେଉଁମାନେ ନୂଆ ସର୍ତ୍ତାବଳୀକୁ ନମାନିବେ, ସେମାନଙ୍କ ଆକାଉଣ୍ଟ ନିଷ୍କ୍ରିୟ ଦେଖାଯିବ ଓ ୧୨୦ ଦିନ ପରେ ଆକାଉଣ୍ଟ କଟିଯିବ । ସର୍ତ୍ତାବଳୀ ଗ୍ରହଣ କରିବାକୁ କମ୍ପାନୀ ପ୍ରତିଦିନ କିମ୍ବା କିଛି ଦିନ ମଧ୍ୟରେ ନୋଟିଫିକେସନ ପଠାଇବ ଓ ପରେ ଏହାକୁ ବି ବନ୍ଦ କରିଦେବ ।

Get real time updates directly on you device, subscribe now.