fbpx

ମେ’ ୨୪ ପର୍ଯ୍ୟନ୍ତ ଏହି ରାଜ୍ୟରେ ବଢିଲା ଲକଡାଉନ୍‌, ଗରିବ ଲୋକଙ୍କୁ ମିଳିବ ଭତ୍ତା

ଲକ୍ଷ୍ନୌ,୧୫ ।୫: କରୋନା ସଂକ୍ରମଣ ନିୟନ୍ତ୍ରଣକୁ ନଆସିବାରୁ ଅନେକ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣାର ଅବଧିକୁ ବଢାଇଯାଉଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶରେ କରୋନା କର୍ଫ୍ୟୁକୁ ମେ’ ୨୪ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟରେ ପୂର୍ବପରି ସମସ୍ତ କଟକଣା ଜାରି ରହିବ । ଜରୁରୀକାଳୀନ ସେବାକୁ ଅନୁମତି ଦିଆଯିବ ।

ଅନ୍ୟପଟେ ଖୁଚୁରା ଦୋକାନୀ, ରାସ୍ତାଘାଟ ବିକ୍ରେତାଙ୍କୁ ମାସିକ ଭତ୍ତା ଓ ୩ ମାସର ରାସନ ସାମଗ୍ରୀ ଦିଆଯିବ ବୋଲି ଯୋଗୀ ସରକାର ଘୋଷଣା କରିଛନ୍ତି । ଆଜି ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ କ୍ୟାବିନେଟ ବୈଠକରେ ରାଜ୍ୟରେ ମେ ୨୪ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧିକୁ ନେଇ ଅନୁମତି ମିଳିଛି ।

ତେବେ ଉତ୍ତରପ୍ରଦେଶରେ ୩୦ ଅପ୍ରେଲ ପରେ ଆଂଶିକ କରୋନା କର୍ଫ୍ୟୁ ରହିଛି । ଏହା ଫଳରେ କରୋନାର ସକ୍ରିୟ ମାମଲା ୬୦ ହଜାର ତଳକୁ ଖସିଛି । ୟୁପିରେ କରୋନା ସଂକ୍ରମଣ ମଧ୍ୟ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨,୫୪୭ ଜଣ ନୂଆ ରୋଗୀ ପଜିଟିଭ ହୋଇଥିବା ବେଳେ ୨୮୧ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.