fbpx

ଖୁସି ଖବର : ଓଡ଼ିଶାରେ ଆଜି ୧୦,୭୮୧ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୫।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୦,୭୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫ ଲକ୍ଷ ୦୨ ହଜାର ୪୫୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୦୫ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ ୧୧୮୬, କଟକରୁ ୯୬୬, କଳାହାଣ୍ଡିରୁ ୫୬୬, ଅନୁଗୋଳରୁ ୫୫୭, ବରଗଡରୁ ୫୩୦, ସମ୍ବଲପୁରରୁ ୪୫୮, ଝାରସୁଗୁଡାରୁ ୪୨୨, ପୁରୀରୁ ୩୬୬, ନବରଙ୍ଗପୁରରୁ ୩୪୨, ଗଞ୍ଜାମରୁ ୨୮୫, ନୟାଗଡରୁ ୨୬୭, ବଲାଙ୍ଗୀରରୁ ୨୫୮, ମୟୂରଭଞ୍ଜରୁ ୨୫୭, ନୂଆପଡାରୁ ୨୫୬, ବୌଦ୍ଧରୁ ୨୫୧, କୋରାପୁଟରୁ ୨୧୮, କେନ୍ଦୁଝରରୁ ୨୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.