fbpx

WhatsAppରେ ଏହି କାମ କଲେ ଆକାଉଣ୍ଟ ସିଧା ହେବ BAN! ନଭେମ୍ବରରେ ୩୭ ଲକ୍ଷ ଆକାଉଣ୍ଟ ହୋଇଥିଲା ବ୍ୟାନ୍

Advertisement

ନୂଆଦିଲ୍ଲୀ: ଦୁନିଆରେ ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ୱାଟ୍ସଆପର ବ୍ୟବହାର ଅଧିକାଂଶ ଲୋକ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ହ୍ୱାଟ୍ସଆପରେ କରାଯାଇଥିବା କିଛି ଭୁଲ ଆପଣଙ୍କ ଆକାଉଣ୍ଟକୁ ବ୍ୟାନ୍ କରିପାରେ । ଗତ ମାସ ନଭେମ୍ବରରେ ହ୍ୱାଟ୍ସଆପ୍ ଅଭିଯୋଗ ମିଳିବା ପରେ ପୁଣି ଥରେ କିଛି ଆକାଉଣ୍ଟ୍ ଯାଞ୍ଚ କରିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୭ ଲକ୍ଷରୁ ଅଧିକ ଆକାଉଣ୍ଟକୁ ବ୍ୟାନ୍ କରିଥିଲା ।

ଯେଉଁ ହ୍ୱାଟ୍ସଆପ୍ ବ୍ୟାନ୍ ହୋଇଥିଲା, ସେଥିମଧ୍ୟରୁ ୯.୯ ଲକ୍ଷ ଆକାଉଣ୍ଟ ଭାରତରୁ ରହିଛି । ଉପଭୋକ୍ତାମାନଙ୍କ ଦ୍ୱାରା ଫ୍ଲାଗ୍ ହେବା ପୂର୍ବରୁ ଏହି ଆକାଉଣ୍ଟଗୁଡିକ ସକ୍ରିୟ ଭାବରେ ନିଷିଦ୍ଧ କରାଯାଇଛି । ଏହା ସହ ଅକ୍ଟୋବରରେ ହ୍ୱାଟ୍ସଆପ ଭାରତରେ ୨୩ ଲକ୍ଷ ୨୪ ହଜାର ଆକାଉଣ୍ଟ ବ୍ୟାନ୍ କରିଥିଲା ଏବଂ ସେଥିମଧ୍ୟରୁ ୮ ଲକ୍ଷ ୧୧ ହଜାର ଆକାଉଣ୍ଟକୁ ସକ୍ରିୟ ଭାବରେ ବ୍ୟାନ୍ କରିଥିଲା ।

ହ୍ୱାଟ୍ସଆପ୍ କାହିଁକି କରୁଛି ବ୍ୟାନ୍ ?
– ହ୍ୱାଟ୍ସଆପ୍ କାହିଁକି ପ୍ରତିମାସରେ ଲକ୍ଷାଧିକ ଆକାଉଣ୍ଟ ବ୍ୟାନ୍ କରୁଛି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଯେତେବେଳେ ଜଣେ ଉପଭୋକ୍ତା କମ୍ପାନୀ ଦ୍ୱାରା ପ୍ରସ୍ତୁତ ନିୟମ ଉଲ୍ଲଂଘନ କରନ୍ତି, ସେବେ ତାଙ୍କ ଆକାଉଣ୍ଟକୁ ସିଧାସଳଖ ବ୍ୟାନ୍ କରାଯାଏ ।

– ଭୁଲରେ ବି ହ୍ୱାଟ୍ସଆପରେ ଏପରି କୌଣସି ମେସେଜ୍ ସେୟାର କରନ୍ତୁ ନାହିଁ, ଯାହା ସମାଜରେ ଘୃଣା ଭାବନା ବିସ୍ତାର କରିବାର କାମ କରେ ।

– ମିଥ୍ୟା ଖବର ପରି ମେସେଜକୁ ଭୁଲରେ ବି ପରୱାର୍ଡ କରନ୍ତୁ ନାହିଁ ।

– ଅଶ୍ଳୀଳ ବିଷୟବସ୍ତୁ ପଠାଇବା ଠାରୁ ଦୂରେଇ ରୁହନ୍ତୁ ।

– ହ୍ୱାଟ୍ସଆପ ଗ୍ରୁପରେ କୌଣସି ଉପଭୋକ୍ତା ଯୋଡିବା ପୂର୍ବରୁ ଅନୁମତି ନିଅନ୍ତୁ ।

– ହ୍ୱାଟ୍ସଆପରେ ଯେଉଁମାନଙ୍କୁ ଜାଣିଛନ୍ତିି, ସେମାନଙ୍କୁ କେବଳ ମେସେଜ୍ ପଠାନ୍ତୁ । କୌଣସି ଅଜଣା ବ୍ୟକ୍ତିଙ୍କୁ ମେସେଜ୍ କରି ହଇରାଣ କରନ୍ତୁ ନାହିଁ ।

– ହ୍ୱାଟ୍ସଆପରେ SCAM ବା କୌଣସି ବ୍ୟକ୍ତିଙ୍କ ସହ Fraud କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

– ହ୍ୱାଟ୍ସଆପ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସର୍ତ୍ତାବଳୀ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଭୁଲରେ ମଧ୍ୟ ତାହାକୁ ଉଲ୍ଲଂଘନ କରନ୍ତୁ ନାହିଁ । ଯଦି ଏପରି ଘଟେ, ତେବେ ଆପଣଙ୍କ ଆକାଉଣ୍ଟ ମଧ୍ୟ ସିଧାସଳଖ ବ୍ୟାନ୍ ହୋଇପାରେ ।

Get real time updates directly on you device, subscribe now.