fbpx

WhatsAppର ଏହି ୟୁଜର୍ସଙ୍କୁ ଖୁବ ଶିଘ୍ର ମିଳିବ ନୂଆ ଫିଚର, ଏବେ ଚୟନ କରିପାରିବେ ଇନପୁଟ ଏବଂ ଆଉଟପୁଟ ଡିଭାଇସ

ନୂଆଦିଲ୍ଲୀ: ହ୍ୱାଟ୍ସଆପ ନିଜ Windows ଆପ ପାଇଁ ଏକ ନୂଆ ଫିଚର ଉପରେ କାମ କରୁଛି । ଖୁବଶିଘ୍ର ଆପନଙ୍କୁ Windows ଆପରେ ଭିଡିଓ ଆଣ୍ଡ ଭଏସର ଏକ ଅପସନ ମିଳିବ । ଯାହା ସାହାଯ୍ୟରେ ଆପଣ ଇନପୁଟ ଏବଂ ଆଉଟପୁଟ ଡିଭାଇସ ବାଛିପାରିବେ । ଅର୍ଥାତ ଆପଣ ସ୍ପିକର, ଲ୍ୟାପଟପ ସ୍ପିକର, ହେଡଫୋନ, ଇୟରଫୋନ ଆଦି ମଧ୍ୟରେ ସ୍ୱିଚ କରିପାରିବେ । ଯଦି ଆପଣଙ୍କ କ୍ୟାମେରା ଲ୍ୟାପଟପ ସହ ଆଟାଚ ଅଛି ତେବେ ତାକୁ ମଧ୍ୟ ଆପଣ ଚେଞ୍ଜ କରିପାରିବେ । ବର୍ତ୍ତମାନ Windows ଆପରେ ଏପରି କୌଣସି ସୁବିଧା ନାହିଁ । ୟୁଜର୍ସଙ୍କୁ ଏହି କାମକୁ ସେଟିଙ୍ଗକୁ ଯାଇ କରିବାକୁ ପଡେ।

ଏହି କାମକୁ ସହଜ କରିବା ପାଇଁ କମ୍ପାନୀ ନୂଆ ଅପସନ ଆପ ଭିତରେ ଦେଉଛି । ଏହି ଅପଡେଟ Windows ବୀଟାର ୨.୨୪୦୧.୦.୦ ଭର୍ଜନରେ ଦେଖାଦେଇଛି । ଆଗାମୀ ସମୟରେ କମ୍ପାନୀ ଏହି ସମସ୍ତଙ୍କ ପାଇଁ ରୋଲଆଉଟ କରିବ । ଇନପୁଟ ଏବଂ ଆଉଟପୁଟ ଡିଭାଇସ ବାଚିବାର ସୁବିଧାରେ ଅଡିଓ ଏବଂ ଭିଡିଓ କଲ କ୍ୱାଲିଟୀରେ ମଧ୍ୟ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଏକ୍ସପେରିଏନ୍ସ ବଦଳିବ ।

ହ୍ୱାଟ୍ସଆପ ଚଳିତ ବର୍ହ ଆଉଣଙ୍କୁ ୟୁଜରନେମ, ମେଟା ଏଆଇ, ପିନ ଚାଟ୍ସ, ଚାଟ ଫିଲଟର ସମେତ ଅନେକ ନୂଆ ଫିଚର ମିଳିବ । ସବୁଠାରୁ ଖାସ ୟୁଜରନେମ ଫିଚର ରହିବ, ଯାହା ସାହାଯ୍ୟରେ ଆପଣ ଜଣେ ଅନ୍ୟ ଜଣଙ୍କ ବିନା ନମ୍ବରରେ ମଧ୍ୟ କନେକ୍ଟ ହୋଇପାରିବେ । ପ୍ରତ୍ୟେକ ବ୍ୟକ୍ତିର ଏକ ୟୁନିକ ୟୁଜରନେମ ହେବ ଏବଂ ଏହା ସାମ୍ନାପଟ ଲୋକଙ୍କୁ ଚାଟ କରିବା ବେଳେ ଦେଖାଯିବ ।

 

Get real time updates directly on you device, subscribe now.