fbpx
BJD SKY
BJD SKY

Big Breaking: ପିକନିକ ବସ୍‌ର ସିରିଜ୍ ଦୁର୍ଘଟଣା, ୪୦ ଜଣ ଆହତ

BJD

କାମାକ୍ଷାନଗର: ପିକନିକ ବସର ସିରିଜ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏଥିରେ ୪୦ଜଣ ଆହତ ହୋଇଥିବା ଜଣାପଡିଛି । ହାଇୱାକୁ ବସ ଧକ୍କା ଦେବା ପରେ ବସକୁ ପିଟିଲା ଆଉ ଏକ ବସ । ସମ୍ବଲପୁରରୁ ପିକନିକ ସାରି ବଡଚଣା ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କାମାକ୍ଷାନଗରର ମହାବୀରରୋଡ ଥାନା ଭେଜିଆ ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ତେଣୁ ଉଭୟ ଗାଡିର ଡ୍ରାଇଭର ସହ ବସରେ ଥିବା ୪୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ତାଳଚେର ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଘଟଣାସ୍ଥଳରେ ବସରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.