fbpx
BJD SKY
BJD SKY

୨୦୨୪ ପାଇଁ ବିଜେପିର ବଡ଼ ପ୍ରସ୍ତୁତି: ସମସ୍ତ ମୋର୍ଚ୍ଚା ପାଇଁ ନୂଆ ପ୍ରଭାରୀଙ୍କ ନାମ ଘୋଷଣା, ବୈଜୟନ୍ତଙ୍କୁ ମିଳିଲା ବଡ଼ ଦାୟିତ୍ୱ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ମାତ୍ର ବାକିଥିବା ବେଳେ ଏନେଇ ବିଜେପି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଆଗାମୀ ନିର୍ବାଚନର ପ୍ରସ୍ତୁତି ସ୍ୱରୂପ ନିକଟରେ ୩ଟି ରାଜ୍ୟରେ ଦଳ ୩ ଜଣ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଥିଲା । ତେବେ ଏହା ମଧ୍ୟରେ ଦଳ କିଛି ନୂଆ ନେତାଙ୍କୁ ସଂଗଠନ ଦାୟିତ୍ୱ ଦେଇଛି ।

ସୂଚନା ମୁତାବକ, ଦଳ ସମସ୍ତ ମୋର୍ଚ୍ଚାରେ ପ୍ରଭାରୀଙ୍କ ନାମ ଘୋଷଣା କରିଛି । ଯୁବ ମୋର୍ଚ୍ଚ ପାଇଁ ସୁନିଲ ବଂଶଲ, ମହିଳା ମୋର୍ଚ୍ଚ ପାଇଁ ବୈଜୟନ୍ତ ଜୟ ପଣ୍ଡା, କିଷାନ ମୋର୍ଚ୍ଚା ପାଇଁ ବନ୍ଦୀ ସଞ୍ଜୟ କୁମାର, ଅନୁସୂଚିତ ଜାତି (ଏସସି) ମୋର୍ଚ୍ଚା ପାଇଁ ତରୁଣ ଛଗ, ଅନୁସୂଚିତ ଜନଜାତି (ଏସଟି) ମୋର୍ଚ୍ଚା ପାଇଁ ଡ. ରାଧା ମୋହନ ଦାସ ଅଗ୍ରୱାଲ, ଅନ୍ୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ପାଇଁ ବିନୋଦ ତାୱଡେ ଓ ସଂଖ୍ୟାଲଘୁ ମୋର୍ଚ୍ଚା ପାଇଁ ଦୁଷ୍ୟନ୍ତ କୁମାର ଗୌତମଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି ।

ଏହି ନେତାମାନେ ତ୍ୱରିତ ଭାବେ ନିଜ ନିଜର କାର୍ଯ୍ୟ ଆରମ୍ଭ କରିବେ ବୋଲି ଦଳ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଗତ ମାସ ଶେଷ ସପ୍ତାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦଳର ଦୁଇଦିନିଆ ଜାତୀୟ ପର୍ଯ୍ୟବେକ୍ଷକ ବୈଠକ ବସିଥିଲା । ସେହି ବୈଠରେ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ଓ ଏଜେଣ୍ଡାକୁ ନେଇ ଆଲୋଚନା କରାଯାଇଥିଲା । ‘ମିଶନ ମୋଡ଼’ରେ କାର୍ଯ୍ୟ କରିବାକୁ ଦଳର ଜାତୀୟ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁମନ୍ତ୍ର ଦେଇଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.