fbpx

(Video)ଦୁଆରଶୁଣି ଘାଟିରେ ୨ ଟ୍ରକ ମୁହାଁମୁହିଁ: ଟ୍ରକ ସହ ଜୀବନ୍ତ ଜଳିଗଲେ ଡ୍ରାଇଭର

ମୟୁରଭଞ୍ଜ: ଦୁଆରଶୁଣୀ ଘାଟି ନିକଟରେ ୨ ଟ୍ରକ ମୁହାଁମୁହିଁ ହୋଇଛି । ତେବେ ଏହି ଦୁର୍ଘଟଣାରେ ଜୀବନ୍ତ ଜଳିଯାଇଛନ୍ତି ଡ୍ରାଇଭର । ତେଲ ବୋଝେଇ ଟ୍ୟାଙ୍କର ଏବଂ ଟ୍ରକ ପରସ୍ପର ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ହେବା ପରେ ତେଲ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁରେ ଟ୍ୟାଙ୍କର ଡ୍ରାଇଭର ଜଳିଯାଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଟ୍ରକ ଡ୍ରାଇଭର ଏବେ ମଧ୍ୟ ଟ୍ରକରେ ଫସି ରହିଥିବା ଜଣାପଡ଼ିଛି ।

ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚଳାଇଛନ୍ତି । ଏହି କାରଣରୁ ସେହି ଅଞ୍ଚଳରେ ରାସ୍ତା ଜାମ ହୋଇ ଗାଡ଼ି ଚଳାଚଳ ବର୍ତ୍ତମାନ ସମୟରେ ଅଟକି ରହିଛି ।

Get real time updates directly on you device, subscribe now.