fbpx
BSKY
BJD SHG SKY
BJD YOUTH SKY

ପୁଣି ବଢ଼ିବ କେଜ୍ରିୱାଲ ସରକାରର ମୁସ୍କିଲ! ମହିଳା କ୍ଲିନିକରେ ଫେକ୍ ଟେଷ୍ଟକୁ ନେଇ CBI ଯାଞ୍ଚ ନିର୍ଦ୍ଦେଶ ଦେଲେ LG

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ) ପାଇଁ ଗୋଟିଏ ପରେ ଗୋଟିଏ ସଙ୍କଟ ବଢ଼ିବାରେ ଲାଗିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ନେଇ ଆଜି ଜୋରଦାର ଚର୍ଚ୍ଚା ହୋଇଥିଲା । ତେବେ ଏହା ମଧ୍ୟରେ ଇଡି କେଜ୍ରିୱାଲଙ୍କୁ ଚତୁର୍ଥ ସମନ ଜାରି କରିବାକୁ ପ୍ରସ୍ତୁତ ହେଉଥିବା ଏକ ଟପ୍ ସୂତ୍ରରୁ ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଆପ୍ ସରକାର ପାଇଁ ପୁଣି ଏକ ବଡ଼ ସଙ୍କଟ ଆସୁଛି । ମହିଳା କ୍ଲିନିକରେ ଫେକ୍ ଟେଷ୍ଟକୁ ନେଇ ଦିଲ୍ଲୀ ଉପରାଜ୍ୟପାଳ (ଏଲଜି) ବିନୟ କୁମାର ସକ୍ସେନା ସିବିଆଇ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଏଲଜିଙ୍କ ସିବିଆଇ ଯାଞ୍ଚ ସୁପାରିଶ ପରେ ଏବେ ପୁଣି କେଜ୍ରିୱାଲ ସରକାରଙ୍କ ମୁସ୍କିଲ ବଢ଼ିପାରେ । ଆପ ସରକାର ନିଜର ଫାଇଦା ପାଇଁ ଫର୍ଜି ଟେଷ୍ଟ କରାଇଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ କ୍ଲିନିକ ଓ ଦିଲ୍ଲୀ ସରକାରଙ୍କ ହସ୍ପିଟାଲରେ ‘ଔଷଧ ଘୋଟାଲା’ ଅଭିଯୋଗରେ ଏଲଜି ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ । ଏଲଜିଙ୍କ ପକ୍ଷରୁ କରାଯାଇଥିବା ନୂଆ ସୁପାରିଶ ପରେ ପୁଣି ଥରେ କେଜ୍ରିୱାଲ ସରକାର ଓ ରାଜଭବନ ମଧ୍ୟରେ ବିବାଦ ବଢ଼ିପାରେ । ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି କେଜ୍ରିୱାଲ ସରକାର ବିପକ୍ଷରେ ଯାଞ୍ଚ କରୁଥିବା ବେଳେ ପୁଣି ଥରେ ଏଲଜି ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି । ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କୁ ଇଡି ୩ ଥର ସମାନ ଜାରି କରିସାରିଥିବା ବେଳେ କ୍ରେଜିୱାଲ ଥରୁଟିଏ ବି ହାଜର ହୋଇନଥିଲେ । ତେଣୁ ଇଡି ତାଙ୍କୁ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.