fbpx
BSKY SKY
BSKY SKY

ହ୍ୱାଟସଆପ୍ ବ୍ୟାନ୍ କଲା ଭାରତର ୧ କୋଟିରୁ ଅଧିକ ୟୁଜର୍ସଙ୍କ ଆକାଉଣ୍ଟ୍, ଜାଣନ୍ତୁ କଣ ରହିଥିଲା କାରଣ

BSKY

ନୂଆଦିଲ୍ଲୀ: ହ୍ୱାଟସଆପ୍ ପକ୍ଷରୁ ଭାରତର ୧ କୋଟି ୭୫ ଲକ୍ଷ ୯ ହଜାର ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟନେ୍ କରିଦିଆଯାଇଛି । ଏହି ପଦକ୍ଷେପ ଆଇଟି ନିୟମ ୨୦୨୧ ଅଧୀନରେ ନଭେମ୍ବର ମାସରେ କରାଯାଇଛି । ତେବେ କମ୍ପାନୀକୁ ନଭେମ୍ବରରେ ଦେଶରୁ ୬୦୨ ଟି ଅଭିଯୋଗ ଆସିଥିଲା ସେଥିମଧ୍ୟରୁ ୩୬ଟି ଅଭିଯୋଗ ଉପରେ ତଦନ୍ତ କରାଯାଇଛି । ଏନେଇ ହ୍ୱାଟସଆପ୍ ମୁଖପାତ୍ର କହିଛନ୍ତି ଯେ, ଆଇଟି ନିୟମ ୨୦୨୧ ଅନୁସାରେ ଆମେ ନଭେମ୍ବର ମାସ ପାଇଁ ଷଷ୍ଠ ମାସିକ ରିପୋର୍ଟ ପ୍ରକାଶ କରିଛୁ । ଏହି ୟୁଜର୍ ସିକ୍ୟୁରିଟି ରିପୋର୍ଟରେ ୟୁଜର୍ସ ମାନଙ୍କ ଅଭିଯୋଗର ବିବରଣୀ ଓ କମ୍ପାନୀ ପକ୍ଷରୁ କରାଯାଇଥିବା ତଦନ୍ତ ସମ୍ପର୍କରେ ଦର୍ଶାଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ନୂତନ ମାସିକ ରିପୋର୍ଟରେ ହ୍ୱାଟସଆପ୍ ନଭେମ୍ବର ମାସରେ ୧.୭୫ ମିଲିୟନ୍ ରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ୍ କରିଦିଆଯାଇଛି । ସେହିପରି ଅକ୍ଟୋବରରେ ଭାରତରେ ୨ ମିଲିୟନ୍ ରୁ ଅଧିକ ଆକାଉଣ୍ଟ ବ୍ୟାନ୍ କରାଯାଇଥିଲା । ତେବେ ଭାରତରେ ହ୍ୱାଟସଆପ୍ ରେ ୪୦ କୋଟିରୁ ଅଧିକ ୟୁଜର୍ ରହିଛନ୍ତି ।

Get real time updates directly on you device, subscribe now.