fbpx

୩ ବର୍ଷରେ ନିଆଁ ଲାଗି ଜଳିଗଲା ୧୦୭ଟି ଘର: ଏହାର ଖଳନାୟକ କିଏ- ରହସ୍ୟମୟୀ ବିଲେଇ

ନୂଆଦିଲ୍ଲୀ: ସାଧାରଣତଃ ଘରମାନଙ୍କରେ ଗ୍ୟାସ, ବିଦ୍ୟୁତ ଆଦି ବିଭିନ୍ନ କାରଣରୁ ନିଆଁ ଲାଗିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ବିଲେଇ ନିଆଁ ଲଗାଇଛି, ଏକଥାକୁ କେହି ବିଶ୍ୱାସ କରିବେ ନାହିଁ । ପୁଣି ଗୋଟିଏ କି ଦୁଇଟି ନୁହେଁ ୩ ବର୍ଷ ମଧ୍ୟରେ ୧୦୦ରୁ ଅଧିକ ଘରେ ନିଆଁ ଲଗାଇଥିଲେ ରହସ୍ୟମୟୀ ବିଲେଇ । ପୋଲିସ ଏହି ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରିବା ପରେ ବିଲେଇମାନଙ୍କର କାରନାମା ସାମନାକୁ ଆସିଥିଲା । ତେବେ ଏହି ଘଟଣାର ସତ୍ୟତା ଜାଣିବା ପରେ ସମସ୍ତେ ହତବାକ୍ ହୋଇ ରହିଯାଇଥିଲେ ।

ରିପୋର୍ଟରୁ ଜଣାପଡ଼ିଥିଲା ଯେ, ଯେଉଁ ଘରଗୁଡ଼ିକରେ ନିଆଁ ଲାଗିଥିଲା, ସେହି ଘରକୁ ବିଲେଇମାନେ ଯିବା ଆସିବା କରୁଥିଲେ । ବିଲେଇମାନେ ଘରେ ଜଳୁଥିବା ମହମବତୀକୁ ତଳକୁ ପକାଇଦେବା ପରେ ତା’ ନିକଟରେ କପଡ଼ା ଓ କାଗଜ ଜମା କରୁଥିଲେ । ଫଳରେ ନିଆଁ ଜୋରରେ ବ୍ୟାପି ଯାଉଥିଲା । ତେବେ ବିଲେଇ ପାଇଁ ୨୦୧୯ ମସିହା ଜାନୁଆରୀ ମାସ ଓ ୨୦୨୧ ମସିହା ନଭେମ୍ବର ମଧ୍ୟରେ ଏପରି ୧୦୭ଟି ଘଟଣା ଦେଖିବାକୁ ମିଳିଥିଲା । ବିଲେଇ ପାଇଁ ନିଆଁରେ ୪ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା । ତେଣୁ ଘରକୁ ଯିବା ଆସିବା କରୁଥିବା ବିଲେଇ ପ୍ରତି ସତର୍କ ରହିବାକୁ କୁହାଯାଇଛି । ଘରେ ବିଲେଇ ପାଳୁଥିବା ଲୋକମାନେ ବାହାରକୁ ଯିବା ପୂର୍ବରୁ ଗ୍ୟାସ୍ ଚୁଲ୍ଲା ବନ୍ଦ କରି ଯିବାକୁ ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆମେରିକାରେ ପ୍ରତ୍ୟେକ ବର୍ଷ ପ୍ରାୟ ୧ ହଜାର ଘରେ ନିଆଁ ଲାଗୁଥିବା ବେଳେ ଗୃହପାଳିତ ଜନ୍ତୁଙ୍କ ପାଇଁ ଏପରି ଘଟିଥିବା ଯାଞ୍ଚରୁ ଜଣାପଡ଼ିଛି । ଆମ ଦୈନନ୍ଦିନ ଜୀବନରେ ଆମ ଘର ପାଖରେ ବେଳେବେଳେ ବିଲେଇ ଗାଡ଼ିର ସିଟକୁ ଆଘାତ କରିବା, କାଠର ଗଣ୍ଡିକୁ ରାମ୍ପୁଡ଼ିବା ଆଦି ଦେଖିଥାଉ । ତେବେ ଆବେଗର ବଶବର୍ତ୍ତୀ ହୋଇ ବିଲେଇମାନେ ଜଳୁଥିବା ମହମବତୀଙ୍କୁ ଓଲଟାଇଦେବା ସହ ବିଦ୍ୟୁତ ତାରକୁ କାମୁଡ଼ି ଛିଣ୍ଡାଇବା ଦ୍ୱାରା ସର୍ଟସର୍କିଟ୍ ହୋଇ ନିଆଁ ଲାଗିଯାଇଥାଏ ।

Get real time updates directly on you device, subscribe now.