fbpx

ଟିକାକରକଣ ପରେ ପିଲାଙ୍କୁ ହୋଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ୩ ଜାନୁଆରୀରୁ ୧୫-୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ପିଲାଙ୍କ ରେଜିଷ୍ଟ୍ରେସନ ମଧ୍ୟ ଆରମ୍ଭ ହୋଇଛି । କରୋନା ଟିକା ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଆଜିର ପରିସ୍ଥିତିରେ ପିଲାଙ୍କୁ ଟିକା ଲଗାଇବା ନିହାତି ଆବଶ୍ୟକ ।

ତେବେ ଟିକା ଲଗାଇବା ପରେ ଯଦି କୌଣସି ପିଲାଙ୍କୁ ଥଣ୍ଡା ବା ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଡାକ୍ତର ସୁନିଲ ଗର୍ଗ କହିଛନ୍ତି ଯେ, ପିଲାଙ୍କଠାରେ ଟିକାକୁ ନେଇ କୌଣସି ଦ୍ୱନ୍ଦ୍ୱ ନରହିବା ଉଚିତ୍ । ଏଥିପାଇଁ ପିତାମାତା ସେମାନଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଆବଶ୍ୟକ । ଟିକା ପରେ ପିଲାଙ୍କ ଭୋଜନ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ।

ବିଶେଷଜ୍ଞଙ୍କ କହିବା ମୁତାବକ, ଟିକା ନେବା ପରେ ଜ୍ୱର, ପେଟ ଯନ୍ତ୍ରଣା ହେବା ଅତି ସାଧାରଣ କଥା । ଅଧିକାଂଶ ମାମଲାରେ ଜ୍ୱର ଗୋଟିଏ ଦିନରେ ଭଲ ହୋଇଯାଏ । କିନ୍ତୁ ଏହାକୁ ନେଇ ଚିନ୍ତା କରିବାକୁ କୌଣସି ଆବଶ୍ୟକତା ନାହିଁ । ଯଦି ପିଲାର ଆଲର୍ଜିର ଗୁରୁତର ଲକ୍ଷଣ ଦେଖାଉଛି, ଜ୍ୱର ଅଧିକ ରହୁଛି ବା ମୁଣ୍ଡ ବୁଲାଉଛି, ତେବେ ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.