fbpx
BJD SKY
BJD SKY

ଚଳିତ ୨୦୨୨ରେ ହୋଇପାରେ ସଲମାନଙ୍କ ମ୍ୟାରେଜ୍, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ତାଙ୍କର ଅଙ୍କଲ

BJD

ନୂଆଦିଲ୍ଲୀ: ବଲିଉଡର ଦବଙ୍ଗ ଖାନ ତଥା ଭାଇଜାନ୍ ସଲମାନଙ୍କ ମ୍ୟାରେଜକୁ ନେଇ ଅଧିକାଂଶ ସମୟରେ ମିଡ଼ିଆରେ ଚର୍ଚ୍ଚା ଚାଲିଥାଏ । ତେବେ ଅନେକ ସମୟରେ ଫ୍ୟାନ୍ସମାନେ ବିଭିନ୍ନ ଟିଭି ଶୋ’ରେ ଏନେଇ ସଲମାନଙ୍କୁ ପ୍ରଶ୍ନ କରିଥାନ୍ତି । ତେବେ ଏହାର ଉତ୍ତର ମଜାଳିଆ ଢଙ୍ଗରେ ଦେଇଥାନ୍ତି ସଲମାନ ଆଉ କହିଥାନ୍ତି ‘ମୋର ବିବାହ ବୟସ ଗଡ଼ିଗଲାଣି ବୋଲି ସମସ୍ତେ କହୁଛନ୍ତି ।’ ତେବେ ବର୍ତ୍ତମାନ ସଲମାନ ୫୬ ବର୍ଷରେ ପଦାର୍ପଣ କରିଥିବା ବେଳେ ଗତ ୨୭ ତାରିଖରେ ତାଙ୍କର ଜନ୍ମଦିନ ପଡ଼ିଥିଲା ।

ତେବେ ଏହି ଅବସରରେ ସଲମାନଙ୍କ ବିବାହକୁ ନେଇ ତାଙ୍କର ଚାଚା ନଇଁମ ଖାନ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସଲମାନ ୫୦ ରନ୍ ମାରି ସାରିଥିବା ବେଳେ ମୁଁ ଚାହିଁବି ସେ ନିଶ୍ଚିତ ଭାବେ ଶତକ ମାରନ୍ତୁ । କାରଣ ତାଙ୍କର ଛୋଟ ଭାଇଙ୍କ ପୁଅଝିଅମାନେ ଯବାନ ହୋଇଗଲେଣି । ସଲମାନ ପଠାନ ଅଟନ୍ତି, ତେଣୁ ପଠାନ୍ ସର୍ବଦା ଯୁବକ ରହିଥାଏ । ଅର୍ଥାତ ସଲମାନ ଯେ କୌଣସି ସମୟରେ ବିବାହ କରିପାରିବେ । ଏକଥା ପରିବାରର ସମସ୍ତ ସଦସ୍ୟ ମଧ୍ୟ ଚାହୁଁଛନ୍ତି ବୋଲି ସେ କହିଥିଲେ ।

Get real time updates directly on you device, subscribe now.