fbpx

ବିବାଦରେ ଫସିଲେ ଅଭିନେତା ଭିକି କୌଶଲ: ଥାନାରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୌରରେ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍ ଯେଉଁ ନମ୍ବର ବାଇକରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ତାହା ତାଙ୍କ ସ୍କୁଟିର ନମ୍ବର । କିନ୍ତୁ ବିନା ଅନୁମତିରେ ସେମାନେ ତାଙ୍କ ସ୍କୁଟିର ନମ୍ବର ବ୍ୟବହାର କରିଥିଲେ । ଏହି ମାମଲାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀ ଜୟ ସିଂହ ଯାଦବ କହିଛନ୍ତି ଯେ, ‘ଫିଲ୍ମର ଏକ ଦୃଶ୍ୟରେ ମୋ ଗାଡ଼ି ନମ୍ବର ବ୍ୟବହୃତ ହୋଇଛି । ଫିଲ୍ମ ୟୁନିଟକୁ ଏବ ବିଷୟରେ ଜଣା ଅଛି କି ନାହିଁ ବୋଲି ମୁଁ ଜାଣିନି, କିନ୍ତୁ ଏହା ବେଆଇନ୍ ଅଟେ । ବିନା ଅନୁମତିରେ ସେମାନେ ମୋ ନମ୍ବରକୁ ବ୍ୟବହାର କରିପାରିବେ ନାହିଁ । ମୁଁ ପୋଲିସ ଷ୍ଟେସନରେ ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।’ ଅନ୍ୟପଟେ ନମ୍ବର ପ୍ଲେଟକୁ ବେଆଇନ ଭାବେ ବ୍ୟବହାର କରାଯାଇଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Indore resident files complaint against Vicky Kaushal for using his vehicle  number in film sequence | Latest News India - Hindustan Times

ତେବେ କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ଦୁହେଁ ବାଇକରେ ବସି ଇନ୍ଦୌରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । ମିଳିଥିବା ସୂଚନା ମୁତାବକ, ଉଭୟ ସେଲିବ୍ରିଟ ସେମାନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି, ଯାହାର ନାଁ ‘ଲୁକା ଛୁପି ୨’ । ଏହି ସମୟରେ ସାରାଙ୍କ ମଥାରେ ସିନ୍ଦୁର ଲାଗିଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Luka Chuppi 2 Indore bike number used by actors Vicky Kaushal and Sara Ali Khan in shooting turned out to be fake and  complaint to police UDT

Get real time updates directly on you device, subscribe now.