fbpx
BSKY
BJD MC SKY
BJD YOUTH SKY

Whatsapp ଆଣିଲା ନୂଆ ଫିଚର୍: ଏହି ଟ୍ରିକରେ ଆପଣଙ୍କ ଫଟୋ ହେବ ଆହୁରି Interesting

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଙ୍ଗ ଆପ୍ ହ୍ୱାଟ୍ସଆପ୍ ଆଣୁଛି ଏକ ନୂଆ ଦମଦାର ଫିଚର । ୟୁଜରଙ୍କ ଡିମାଣ୍ଡକୁ ନଜରରେ ରଖି ଲଗାତାର କମ୍ପାନୀ ନୂଆ ନୂଆ ଫିଚର ଉପଲବ୍ଧ କରୁଥିବା ବେଳେ ଏବେ ଆଉ ଏକ ଫିଚରକୁ ସାମିଲ କରିଛି । ହ୍ୱାଟ୍ସଆପରେ ଚାଟିଙ୍ଗ ସମୟରେ ଷ୍ଟିକର ପଠାଇବା ପାଇଁ ଦୀର୍ଘ ଦିନରୁ ଏକ ବିକଳ୍ପ ଉପଲବ୍ଧ ରହିଛି । କିନ୍ତୁ କଷ୍ଟମ ଷ୍ଟିକର ପ୍ରସ୍ତୁତ କରିବା ପାଇଁ ୟୁଜର୍ସମାନଙ୍କ ପାଇଁ ଥାର୍ଡ ପାର୍ଟି ଆପ୍ ଗୁଡ଼ିକର ଆବଶ୍ୟକ ପଡ଼ିଥାଏ । ହ୍ୱାଟ୍ସଆପ୍ କମ୍ପାନି ଏବେ ଏହି ଫିଚରକୁ ନିଜ ଆପ୍ ରେ ସାମିଲ କରି ୟୁଜରଙ୍କ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖିଛି । ଏଣିକି କୌଣସି ବି ଫଟୋକୁ ଷ୍ଟିକରରେ କନଭର୍ଟ କରିପାରିବେ ହ୍ୱାଟ୍ସଆପ୍ ୟୁଜର୍ସ ।

ମେଟା ଅଧୀନରେ ଥିବା ପ୍ଲାଟଫର୍ମ ଅଫିସିଆଲ ଏକ୍ସ(ଟ୍ୱିଟର) ଆକାଉଣ୍ଟରେ ଏହି ନୂଆ ଫିଚରକୁ ନେଇ ସୂଚନା ଦେଇଛନ୍ତି । କମ୍ପାନୀ ଲେଖିଛି ଯେ, ‘ମଜାଦାର ଖବର! ଏଣିକି ଆପଣ ଫଟୋକୁ ନୂଆ ଷ୍ଟିକରରେ କନଭର୍ଟ କରିପାରିବେ । ଏହାସହିତ ଉପଲବ୍ଧ ଥିବା ଷ୍ଟିକରଗୁଡ଼ିକୁ ମଧ୍ୟ ଏଡିଟ୍ କରିପାରିବେ ।’ ତେବେ ଏହି ନୂଆ ଫିଚର ପ୍ରଥମେ ଆଇଫୋନ୍ ୟୁଜର୍ସ ଆଇଓଏସ ଆପ୍ ରେ ଉପଲବ୍ଧ ହୋଇଛି । ଏହାପରେ ଆଣ୍ଡ୍ରଏଡ ୟୁଜରମାନଙ୍କୁ ଏହି ଫିଚର ମିଳିପାରିବ ।

ଆଇଫୋନ୍ ୟୁଜର ଆଇଓଏସର ଏହି ସ୍ପେଶାଲ ଫିଚର ଯୋଗୁଁ ଯେ କୌଣସି ଫଟୋକୁ ଷ୍ଟିକରରେ ପରିବର୍ତ୍ତନ କରିପାରୁଛନ୍ତି । ପ୍ରଥମେ ଫଟୋକୁ ଲମ୍ବା ସମୟ ଟ୍ୟାପ୍ କରି ଏହାକୁ ଡ୍ରାଗ-ଆଣ୍ଡ-ଡ୍ରପ କରିପାରୁଥିଲେ । ଏହାପରେ ସେହି ଫଟୋ ଷ୍ଟିକର ଭାବରେ ବ୍ୟବହାର କରି ହେଉଛି । ଏହାବ୍ୟତୀତ ଆଣ୍ଡ୍ରଏଡ ୟୁଜରମାନଙ୍କୁ ଥାର୍ଡ ପାର୍ଟି ଆପ୍ ସାହାଯ୍ୟରେ ଷ୍ଟିକର ପ୍ରସ୍ତୁତ କରିବା ପାଇଁ ବିକଳ୍ପ ମିଳିଥାଏ । ହ୍ୱାଟ୍ସଆପ୍ ର ନୂଆ ଫିଚର ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଖୁବ ସହଜ କରିଦେଇଛି ।

କିପରି ଫଟୋରୁ ହେବ ଷ୍ଟିକର?

ପ୍ରଥମେ ଆପ୍ ଷ୍ଟୋରକୁ ଯାଇ ହ୍ୱାଟ୍ସଆପ୍ ଲାଟେଷ୍ଟ ଭର୍ସନକୁ ଡାଉନଲୋଡ କରିନିଅନ୍ତୁ । ଏହାପରେ ନିମ୍ନଲିଖିତ ଭାବରେ ନିଜ ଫଟୋକୁ ଷ୍ଟିକରରେ ପରିବର୍ତ୍ତନ କରିପାରିବେ ।

– ହ୍ୱାଟ୍ସଆପ୍ ଓପନ୍ କରି ଷ୍ଟିକର ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଚାଟ ୱିଣ୍ଡୋ ଓପନ୍ କରନ୍ତୁ

– ଏହାପରେ ଇମୋଜି ସେକ୍ସନରେ ଯାଇ ଷ୍ଟିକର ବଟନ୍ ଉପରେ ଟ୍ୟାପ୍ କରନ୍ତୁ

– ବାମ ପାଖରେ ଉପରେ ଥିବା (+) ଆଇକନ୍ ଉପରେ କ୍ଲିକ କରନ୍ତୁ ଏବଂ ଯେଉଁଫଟୋକୁ ଷ୍ଟିକର କରିବାକୁ ଚାହୁଁଛନ୍ତି, ସେହି ଫଟୋ ଚୟନ କରନ୍ତୁ

– ହ୍ୱାଟ୍ସଆପ୍ ଇମେଜ ସିଲେକ୍ଟ କରିବା ପରେ ଏହାର ବ୍ୟାକଗ୍ରାଉଣ୍ଡ ହଟାଇ ଦେବ । ତେବେ ଷ୍ଟିକରରେ ଟେକ୍ସଟ ଆଡ୍ କରିବା ପାଇଁ, କିଛି ଅଙ୍କନ କରିବା ପାଇଁ କିମ୍ବା କୌଣସି ହାଇଲାଇଟ ଆଡ୍ କରିବା ପାଇଁ ଚାହୁଁଥିଲେ ୟୁଜର ତାହା ମଧ୍ୟ କରିପାରିବେ ।

– ଶେଷରେ ଏହି ଷ୍ଟିକରକୁ ଆପଣଙ୍କ ବନ୍ଧୁଙ୍କ ନିକଟକୁ ପଠାଇପାରିବେ ।

Get real time updates directly on you device, subscribe now.