fbpx

ଭେଜ ମିଲରେ ଚିକେନ ପିସ! ଏୟାର ଇଣ୍ଡିଆର ଏଭଳି ଅବ୍ୟବସ୍ଥା ଦେଖି ଯାତ୍ରୀ ନେଲେ ଏପରି ପଦକ୍ଷେପ

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଅନେକ ଛୋଟ ବଡ଼ ଅସୁବିଧା ହୋଇଥାଏ । କିନ୍ତୁ ଏୟାର ଇଣ୍ଡିଆ ବିମାନରେ ଦେଖିବାକୁ ମିଳିଛି ଏକ ବଡ଼ ଅବ୍ୟବସ୍ଥା । ସାତ୍ତ୍ୱିକ ଭୋଜନରେ ଚିକେନ ମିଳିବା ନେଇ ଜଣେ ଯାତ୍ରୀ କ୍ରୁ ମେମ୍ବରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଏପରିକି ଏ ନେଇ ବ୍ୟକ୍ତି ଜଣଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟ କରି ମଧ୍ୟ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କାଲିକଟରୁ ମୁମ୍ବାଇ ଯାଉଥିବା ଏକ ଫ୍ଲାଇଟରେ ବୀରା ଜୈନ ନାମକ ଜଣେ ଯାତ୍ରୀ ଏପରି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବୀରା ଫ୍ଲାଇଟରେ ଶୁଦ୍ଧ ଶାକାହାରୀ ଭୋଜନ ମଗାଇଥିଲେ । ତେବେ ତାଙ୍କୁ ପରଷା ଯାଇଥିବା ଖାଦ୍ୟରେ ମଧ୍ୟ ଶୁଦ୍ଧ ଶାକାହାରୀ ଟ୍ୟାଗ ଲଗାଯାଇଥିଲା । କିନ୍ତୁ ଖାଇବା ସମୟରେ ଏଥିରେ ତାଙ୍କୁ ଚିକେନ ଟୁକୁଡ଼ା ମିଳିଥିଲା । ତେବେ ଏଥିରେ ଅସନ୍ତୁଷ୍ଟ ହୋଇ ଏହା ଫଟୋ ଉଠାଇ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

ଯଦିଓ ଖାଇବାର ପ୍ୟାକେଜିଂରେ ଏହା ଶୁଦ୍ଧ ଶାକାହାରୀ ବୋଲି ଲେଖାଯାଇଛି । ତେବେ ଏଥିରେ ମାଂସ ଆସିଲା କିପରି? ତେବେ ବୀରା ଏହି ମାମଲାର ଖବର କ୍ୟାବିନର ସୁପରଭାଇଜରଙ୍କୁ ଦେଇଥିଲେ । ତେବେ ସୁପରଭାଇଜର ଘଟଣାଟି ଜାଣିବା ପରେ ତୁରନ୍ତ ତାଙ୍କୁ କ୍ଷମା ମାଗିଥିଲେ । ଏହା ସହିତ ଏହାମଧ୍ୟ ସ୍ୱୀକାର କରିଥିଲେ ଯେ ଅନ୍ୟ ଯାତ୍ରୀମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି ।

ତେବେ ଏପରି ଅଭିଯୋଗରେ ଏୟାରଲାଇନକୁ ମଧ୍ୟ ଉତ୍ତର ଦେବାକୁ ପଡ଼ିଛି । ସେମାନେ ମହିଳାଙ୍କର ଅଭିଯୋଗର ଉତ୍ତରରେ ବୀରାଙ୍କୁ ଏହି ଟ୍ୱିଟ ଡିଲିଟ କରିବାକୁ କହିଛନ୍ତି । ଏ ନେଇ ଏୟାରଲାଇନ ଲେଖିଛନ୍ତି ଯେ- “ଆପଣଙ୍କୁ ନିବେଦନ କରୁଛୁ କି’ ଆପଣ ଟ୍ୱିଟ କରି କରାଯାଇଥିବା ଅଭିଯୋଗକୁ ଡିଲିଟ କରନ୍ତୁ । ଏହାକୁ ନିଜର PNR ସହିତ ଆମର DM ଶେୟାର କରନ୍ତୁ ।” ତେବେ ଏହା ପୂର୍ବରୁ ଯାତ୍ରୀଜଣଙ୍କ ଫ୍ଲାଇଟ ଡେରି ହେବା କାରଣରୁ ନିଜର ଟ୍ରେନ ମଧ୍ୟ ମିସ କରିଛନ୍ତି ।

Get real time updates directly on you device, subscribe now.