fbpx
BSKY
BJD MC SKY
BJD YOUTH SKY

ଆପତ୍ତିଜନକ ଭିଡ଼ିଓ ମାମଲା; Youtube ଉପରେ କେସ୍ କଲା ମହାରାଷ୍ଟ୍ର ପୋଲିସ

ନୂଆଦିଲ୍ଲୀ: ଭିଡ଼ିଓ ପ୍ଲାଟଫର୍ମ Youtube ବିରୋଧରେ ମହାରାଷ୍ଟ୍ର ପୋଲିସ ଗୁରୁବାର ଏକ ମାମଲା ରୁଜୁ କରିଛି । ଏହା ପୂର୍ବରୁ ରାଷ୍ଟ୍ରିୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ(NCPCR) ଦ୍ୱାରା ୟୁଟ୍ୟୁବରେ କିଛି ଅପତ୍ତିଜନକ ‘ବିଷୟ ବସ୍ତୁ’କୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା । ସୂଚନାରୁ ପ୍ରକାଶ ଯେ ୟୁଟ୍ୟୁବରେ Mom and Son Challenge ଅନ୍ତର୍ଗତ ଜାରି କରାଯାଇଥିବା ଏକ ଭିଡ଼ିଓରେ ଆପତ୍ତିଜନକ ଦୃଶ୍ୟ ପ୍ରଦର୍ଶନ କରାଯାଇଥିଲା । ଏନେଇ NCPCR ଦ୍ୱାରା ୟୁଟ୍ୟୁବ ଇଣ୍ଡିଆର ଅଧିକାରୀଙ୍କୁ ଜାନୁଆରୀ ୧୫ରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋର୍ଟରେ ହାଜର ହେବା ସମୟରେ ସମସ୍ତ ଚ୍ୟାନେଲର ତାଲିକା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି ଯେଉଁଥିରେ ଏହି ଭିଡ଼ିଓ ପୋଷ୍ଟ କରାଯାଇଛି ।

ଏଭଳି ଭିଡ଼ିଓ ଉପରେ NCPCR ପ୍ରମୁଖ ପ୍ରିୟଙ୍କା କାନୁନଗୋ ଭାରତରେ ୟୁଟ୍ୟୁବର ଗଭର୍ଣ୍ଣମେଣ୍ଟ ଆଫେୟାର୍ସ ଆଣ୍ଡ ପବ୍ଲିକ ପଲିସି ପ୍ରମୁଖ ମୀରା ଚୈଟଙ୍କୁ ଏକ ପତ୍ର ଲେଖିଥିଲେ । ଏଥିରେ ଉଲ୍ଲେଖ ଥିଲା ଯେ Mom and Son Challenge ଭିଡ଼ିଓ POCSO ଆକ୍ଟ ୨୦୧୨ର ଉଲ୍ଲଂଘନ କରିଛି । ଏଭଳି ଭିଡ଼ିଓ ପର୍ନକୁ ପ୍ରୋତ୍ସାହିତ କରିଥାଏ । ୟୁଟ୍ୟୁବକୁ ଏହି ସମସ୍ୟାର ସମାଧାନ କରିବାକୁ ପଡ଼ିବ ଏବଂ ଏହି ମାମଲାରେ ଦେଷୀ ଦଣ୍ଡ ଭୋଗିବେ । ଏହା ସହ ଏଭଳି ଭିଡ଼ିଓ ଜାରି କରୁଥିବା ଅନ୍ୟାନ୍ୟ ପ୍ଲାଟଫର୍ମ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.