fbpx

ଏକା ସାଥୀରେ ୩୨ ଜଣ କରିପାରିବେ ଭଏସ୍ କଲ୍: ନୂଆ ଫିଚର୍ ଆଣୁଛି ହ୍ୱାଟ୍ସଅପ୍

Advertisement

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ମେସେଜିଂ ଆପ୍ ହ୍ୱାଟ୍ସଆପରେ ଆସିବାକୁ ଯାଉଛି ଏକ ବଡ ପରିବର୍ତ୍ତନ । ହ୍ୱାଟ୍ସଆପରେ ଆସିବାକୁ ଯାଉଥିବା ଏହି ପରିବର୍ତ୍ତନ କାରଣରୁ ଏଣିକି ସମ୍ଭବ ହେବ ଗ୍ରୁପ୍ କଲ୍ । କନଫରେନ୍ସ ବା ଗ୍ରୁପ୍ କଲ୍ ସୁବିଧା ଆଗରୁ ରହିଛି । ତେବେ ସର୍ବାଧିକ ୧୨ ଜଣ ଲୋକ ଏହି କନଫରେନ୍ସ କଲରେ ସାମିଲ ହୋଇ ପାରୁଥିଲେ । ନିକଟରେ ଆସିବାକୁ ଥିବା ଅପଡେଟ୍ ଅନୁଯାୟୀ ଏଣିକି ଅଡିଓ ଗ୍ରୁପ୍ କଲରେ ୩୨ ଜଣ ଲୋକ ସାମିଲ ହୋଇ ପାରିବେ ।

ଏହି ଗ୍ରୁପ୍ ଭିଡିଓ କଲ୍ ସମୟରେ ଆପଣ ଆପଣଙ୍କ ଅନ୍ୟ କଣ୍ଟାକ୍ଟଙ୍କୁ ମଧ୍ୟ ଆଡ୍ କରିହେବ । ଏହି ଗ୍ରୁପ୍ କଲ୍ କରିବା ପାଇଁ କେବଳ ଇଣ୍ଟରନେଟ ଆବଶ୍ୟକ । ତେବେ ଗ୍ରୁପ୍ କଲ୍ ସମୟରେ ଭିଡିଓ ମୋଡକୁ ପରିବର୍ତ୍ତନ କରିବାର ସମ୍ଭାବନା ନଥାଏ ।

କେମିତି କରିବେ କଲ୍: ଗ୍ରୁପ୍ ଚାଟକୁ ଖୋଲିବା ସହିତ ଭଏସ୍ ଅପସନ୍ କ୍ଲିକ୍ କରିବେ ।
ଯଦି ଗ୍ରୁପରେ ୩୩ ଜଣ ବ୍ୟବହାରକାରୀ ରହିଥାନ୍ତି ତା ହେଲେ ଏହି କଲ୍ ସମ୍ଭବ ।
୩୨ କିମ୍ବା ଏହା ଠାରୁ କମ୍ ଲୋକଙ୍କୁ ନେଇ ଏହି ଗ୍ରୁପ୍ କଲ୍ କରିହେବ । ଯେଉଁ ଯେଉଁ କଣ୍ଟାକ୍ଟକୁ କଲ କରିବାକୁ ଚାହୁଁଛନ୍ତି ତାକୁ ଚୟନ କରି କଲ୍ କରନ୍ତୁ ।

Get real time updates directly on you device, subscribe now.