fbpx

ହ୍ୱାଟ୍ସଆପ ଆଣିଲା iOS ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ, ଜାଣନ୍ତୁ କ’ଣ ରହିଛି ଏହି ଫିଚର୍ସରେ

ଲୋକପ୍ରିୟ ମେସେଜ ଆପ୍ ହ୍ୱାଟ୍ସଆପ iOS ବ୍ୟବହାରକାରୀଙ୍କ ପାଇଁ ଜାରି କରିଛି ଦୁଇଟି ନୂଆ ଫିଚର୍ସ । ଏହି ଲେଟେଷ୍ଟ ଅପଡେଟ ଦ୍ୱାରା ୟୁଜର୍ସମାନେ ଫଟୋ ଏବଂ ଭିଡିଓ ପ୍ରିଭ୍ୟୁ ଦେଖିପାରିବେ । ଏଥିରେ ଡିସଆପିୟରିଂ ମେସେଜ ଫିଚରର ମଧ୍ୟ ଅପଡେଟ ରହିଛି । ୟୁଜର୍ସଙ୍କୁ ଏହି ଫିଚର୍ସ ହ୍ୱାଟ୍ସଆପର ନୂଆ ଅପଡେଟ ୨.୨୧.୭୧ iOS ରେ ମିଳିବ ।

ଏହି ଅପଡେଟ Apple ଆପ ଷ୍ଟୋରରେ ଉପଲବ୍ଧ, ହ୍ୱାଟ୍ସଆପ ଏହାର ପ୍ଲାଟଫର୍ମରେ ସେୟାର କରାଯାଉଥିବା ଫଟୋ ଏବଂ ଭିଡିଓକୁ ଦେଖିବା ଏହାଦ୍ୱାରା ସହଜ ହୋଇଯିବ । ଏବେ ୟୁଜର୍ସ ବିନା କ୍ଲିକ କରି ଫୁଲ ଭିଡିଓ ଚେକ କରିପାରିବେ ।

ଫଟୋ ଏବଂ ଭିଡିଓ ସେୟାର କଲାପରେ ଏବେ ଏହାର ପ୍ରି ଭ୍ୟୁ ଏବେ ଦେଖାଯାଉଥିବା ଛୋଟ ବକ୍ସ ବଦଳରେ ବଡ ଏବଂ ଫୁଲ ଦେଖାଯିବ । କଂପାନୀ ଏହାକୁ ଖୁବ୍ ଶୀଘ୍ର Android  ପାଇଁ ଜାରି କରିପାରେ ।

ଏହା ଛଡା ଏହି ନୂଆ ଅପଡେଟ ଦ୍ୱାରା ଏବେ ଗ୍ରୁପର ସବୁ ମେମ୍ବର ଡିସଆପିୟରିଂ ମେସେଜ ସେଟିଙ୍ଗକୁ ଚେଞ୍ଜ କରିପାରିବେ । ଏହା ପୂର୍ବରୁ କେବଳ ଗ୍ରୁପ ଆଡମିନ ଡିସଆପିୟରିଂ ମେସେଜକୁ କଂଣ୍ଟ୍ରୋଲ କରିପାରୁଥିଲେ । ଏବେବି ଗ୍ରୁପର ଆଡମିନ ଗ୍ରୁପ ସେଟିଙ୍ଗକୁ ବଦଳାଇ ‘Only Admin’ କରିପାରନ୍ତି ।

ଏଭଳି ପରିସ୍ଥିତିରେ କେବଳ ଆଡମିନଙ୍କ ପାଖରେ ଏହି ଅଧିକାର ରହିବ କି ସେ ଡିସଆପିୟରିଂ ମେସେଜ କୁ ଅନ ଏବଂ ଅଫ କରିବେ । ଚେଞ୍ଜ ଲଗ ଅନୁସାରେ ‘Edit Group Info’ ସେଟିଙ୍ଗରେ ଆଡମିନ ବଦଳାଇ ପାରିବେ । ଅର୍ଥାତ ହ୍ୱାଟ୍ସଆପ ୟୁଜର୍ସଙ୍କୁ ଦୁଇଟି ଯାକ ଅପ୍ସନ ଦେଇଛି । ମାନେ ୟୁଜର୍ସ ନିଜ ଇଚ୍ଛାରେ କୌଣସି ଏକ ଫିଚର କୁ ବାଛି ପାରିବେ ।

ଡିସଆପିୟରିଂ ମେସେଜ ଫିଚର, ଗ୍ରୁପ ପାଇଁ ଗତ ବର୍ଷ ନଭେମ୍ବରରେ ଲଞ୍ଚ କରିଥିଲା । ଏହି ଫିଚରକୁ ଅନ କରିବା ଦ୍ୱାରା ପଠାଯାଇଥିବା ମେସେଜ ସାତ ଦିନ ପରେ ଅଟୋମେଟିକ ଡିଲିଟ ହୋଇଯାଏ ।

Get real time updates directly on you device, subscribe now.