fbpx

ବିବାହ ପାଇଁ ଜିଦ୍ କରିବାରୁ ପ୍ରେମିକାକୁ ମାରିଦେଲା ବିବାହିତ ପୁରୁଷ

ଯାଜପୁର୧୭ ।୪ (ଓଡିଶା ଭାସ୍କର) : ପ୍ରେମ ଏକ ଏମିତି ଶବ୍ଦ ଯାହା ପରକୁ ଆପଣାର କରିପାରେ । ଏହି ପ୍ରେମର ଅର୍ଥ ସମସ୍ତଙ୍କ ପାଇଁ ସମାନ ନ ଥାଏ । କିଏ ସ୍ୱାସତ ଭଳି ଭଲପାଇ ଥାଏ ତ ଆଉ କିଏ ସ୍ୱାର୍ଥ ପାଇଁ ଭଲ ପାଇଥାଏ । ପ୍ରେମ ସମ୍ପର୍କକୁ ନେଇ ପ୍ରେମିକାକୁ ହତ୍ୟା କରିଥିଲା ପ୍ରେମିକ । ଏଭଳ ଏକ ଘଟଣା ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁସାରେ ଯାଜପୁର ସଦର ଥାନା ଅନ୍ତର୍ଗତ କପିଳେଶ୍ୱର ଗାଁ ନିକଟ ପୋଖରୀରୁ ଗତ ୮ ତାରିଖରେ ଏକ ନରକଙ୍କାଳ ପୋଲସକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ମୃତ କଙ୍କାଳଟି ନିଖୋଜ ଥିବା ଖଣ୍ଡରା ଗାଁର ଶୁଭଶ୍ରୀ ରାଉତଙ୍କର ବୋଲି ଜଣାପଡିଥିଲା । ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖାଯିବା ସହ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ଶୁଭଶ୍ରୀ ରାଉତ ମିରଚାନ୍ଦ ଗାଁର ଅରୁଣ ଜେନାଙ୍କୁ ଭଲପାଉ ଥିଲେ । ଏହି ପ୍ରେମ ସମ୍ପକ ପାଇଁ ଶୁଭଶ୍ରୀ ୨୦୨୦ ମସିହା ଅକ୍ଟୋବର ୩୦ତାରିଖରେ ଘରୁ ପ୍ରେମିକ ଅରୁଣଙ୍କ ସହ ପଳାଇଥିଲେ । ଶୁଭଶ୍ରୀଙ୍କୁ ନେଇ ଏକ ନିର୍ମାଣଧିନ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଅରୁଣ ୨ ଦିନ ଲୁଚାଇ ରଖିବା ସହିତ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ତା’ପରଦିନ ଅରୁଣ ଏବଂ ଶୁଭଶ୍ରୀ ସେଠାରୁ ପଳାଇ ଯାଇଥିଲେ । ପରେ ଅରୁଣ ଏକ ପରିଚିତ ବ୍ୟକ୍ତିଙ୍କ ସହ ଶୁଭଶ୍ରୀଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ । ଭୁବନେଶ୍ୱରରେ ରହିବା ସମୟରେ ଅରୁଣ ଶୁଭଶ୍ରୀଙ୍କ ସହ ନିୟମିତ କଥା ମଧ୍ୟ ହୁଏ । ଗତ ଜାନୁୟାରୀ ୧୯ ତାରିଖରେ ଭୁବନେଶ୍ୱରରୁ ବସ୍ ଯୋଗେ ଶୁଭଶ୍ରୀ କୁଆଖିଆରେ ଆସି ପହଞ୍ଚିବା ପରେ ଅରୁଣ ତାଙ୍କୁ ନେଇ ଖଣ୍ଡରା ପଞ୍ଚାୟତ ଅଫିସରେ ୩ ଦିନ ରହିଥିଲେ । ସେଠାରେ ମଧ୍ୟ ଦୁଇ ଜଣଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । ପରେ ଶୁଭଶ୍ରୀ ଭୁବନେଶ୍ୱର ଫେରିଯାଇଥିଲେ । ଯିବାର କିଛିଦିନ ପରେ ଜାନୁୟାରୀ ୨୩ ତାରିଖରେ ପୁଣି ଶୁଭଶ୍ରୀ ବସ୍ ଯୋଗେ କୁଆଖିଆ ଆସିବା ବେଳେ ତାଙ୍କ ସହିତ ୩୬ ଥର ଅରୁଣ ଫୋନରେ କଥା ହୋଇଥିଲେ । କୁଆଖିଆରେ ଓହ୍ଲାଇବା ପରେ ଅରୁଣ ଶୁଭଶ୍ରୀଙ୍କୁ ନେଇ କପିଳେଶ୍ୱର ପୋଖରୀ ନିକଟକୁ ଯାଇଥିଲେ ।

 

ଦୁଇଜଣ ସେଠି ବସି କଥା ହେଉଥିବା ବେଳେ ଶୁଭଶ୍ରୀ ଅରୁଣଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଥିଲା । ଏହାସହ ତାର ଗୋଟେ ସ୍ଥାୟୀ ଥଇଥାନ ପାଇଁ ମଧ୍ୟ ସେ ଅରୁଣକୁ କହିଥିଲା । ହେଲେ ଅରୁଣ ପୂର୍ବରୁ ବିବାହ କରିଥିବାରୁ ଶୁଭଶ୍ରୀକୁ ବିବାହ ପାଇଁ ମୁହାଁମୁହିଁ ମନା କରି ଦେବାରୁ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଯାଇଥିଲା । ପାଖାପାଖି ରାତି ୧୧ ଟା ସମୟରେ ଦୁହେଁ ପୋଖରୀ ହୁଡାରେ ବସିଥିବା ବେଳେ ଅରୁଣ ଶୁଭଶ୍ରୀଙ୍କ ପଛ ପଟରେ ଛିଡା ହୋଇ ସେ ବେକରେ ପକାଇ ଥିବା ଓଢଣୀରେ ବେକକୁ ଭଡି ଧରି ମାରି ଦେଇଥିଲା । ଶୁଭଶ୍ରୀଙ୍କ ମୃତଦେହକୁ ଲୁଚାଇବାକୁ ଯାଇ ଅରୁଣ ଏକ ବସ୍ତାରେ ପଥର ସହ ମୃତଦେହ ପୁରାଇ ପୋଖରୀକୁ ପିଙ୍ଗି ଦେଇଥିଲା । ଏହାପରେ ସେଠାରୁ ଶୁଭଶ୍ରୀଙ୍କ ମୋବାଇଲ୍ ନେଇ ଅରୁଣ ହାଇଦ୍ରାବଦ ପଳାଇଥିଲେ । ଏପଟେ ଶୁଭଶ୍ରୀଙ୍କ ନିଖୋଜ ନେଇ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଶୁଭଶ୍ରୀଙ୍କ କଙ୍କାଳ ମିଳିବା ପରେ ପୋଲିସ୍ ହତ୍ୟାକାରୀଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ଏହାସହ ସାଇବର୍ ସେଲର ସହଯୋଗରେ ଅରୁଣ ଏବଂ ଶୁଭଶ୍ରୀର ଫୋନ୍ କଲ ରେକର୍ଡ ସଂଗ୍ରହ କରାଯାଇଥିଲା । ଫୋନକୁ ଟ୍ରାକିଂ କରାଯାଇ ଅଭିଯୁକ୍ତ ଅରୁଣକୁ ପୋଲିସ ହାଇଦ୍ରାବଦରୁ ଗିରଫ କରିଥିଲା । ଶୁକ୍ରବାର ଯ।।ଜପୁର ଏସଡିଜେଏମ୍ କୋର୍ଟରେ ଅରୁଣଙ୍କ ଜାମିନ୍ ଖାରଜ କରି ଦିଆଯାଇ ଥିବା ବେଳେ ତାଙ୍କୁ ଯାଜପୁର ସବ୍ ଜେଲକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.