fbpx

କାମ କରୁନି ହ୍ୱାଟ୍ସଆପ୍, ବ୍ୟବହାରକାରୀ ଡହଳ ବିକଳ

ନୂଆଦିଲ୍ଲୀ, ୧୯ା୧: ହ୍ୱାଟ୍ସଆପ ଏକ ମେସେଜିଙ୍ଗ ଆପ ଯାହା ବର୍ତ୍ତମାନର ଦୁନିଆରେ ବହୁତ ଜରୁରୀ ହୋଇଯାଇଛି । ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧା ସମସ୍ତେ ଏହି ମେସେଜିଙ୍ଗ ଆପ ବ୍ୟବହାର କରୁଛନ୍ତି । ହ୍ୱାଟ୍ସଆପ ବ୍ୟବହାରକାରୀ ଆଜି ସନ୍ଧ୍ୟା ୬ଟା ୪୩ରୁ ଷ୍ଟିକର, ଜିଆଇଏଫ, ମିଡ଼ିଆ ଫାଇଲ, ଭିଡ଼ିଓ କିଛି ବି ଅନ୍ୟ ଜଣକୁ ସେୟାର କରିବା ପାଇଁ ଅସୁବିଧା ହେଉଥିବା ଦେଖାଦେଇଛି । କିନ୍ତୁ ଏହି ହ୍ୱାଟ୍ସଆପ ଡାଉନ ହୋଇଥିବା ନେଇ ହ୍ୱାଟ୍ସଆପ ପକ୍ଷରୁ କିଛି ବି ତଥ୍ୟ ବା ସୂଚନା ଏପର୍ଯ୍ୟନ୍ତ ମିଳିନି । ଏହାରି ମଧ୍ୟରେ କିଛି ବ୍ୟବହାରକାରୀ ସୋସିଆଲ ମିଡ଼ିଆରେ ଏହି ତଥ୍ୟ ଦେଇଛନ୍ତି ଯେ ହ୍ୱାଟ୍ସଆପରେ କୌଣସି ପ୍ରକାର ଫଟୋ, ଜିଆଇଏଫ, ଷ୍ଟିକର, ମିଡ଼ିଆ ଫାଇଲ ସେୟାର କରିହଉନି । ଇଣ୍ଟରନେଟ ଡାଉନ ଓ ମନିଟର କରୁଥିବା ୱେବସାଇଟ Downdetector ପକ୍ଷରୁ ଭାରତରେ ହ୍ୱାଟ୍ସଆପ ଡାଉନ ହୋଇଥିବା ସୂଚନା ଦିଆଯାଇଛି । ଏହି ୱେବସାଇଟର ସୂଚନା ଅନୁସାରେ ଅପରାହ୍ନ ୪ଟାରୁ ଏହିପରି ଅସୁବିଧା ହୋଇଛି ।

Get real time updates directly on you device, subscribe now.