fbpx
BJD SKY
BJD SKY

PayPal-WhatsApp: ଏହିସବୁ ଲୋକପ୍ରିୟ ଆପ୍ ପ୍ରସ୍ତୁତକାରୀ ହେଲେ ୟୁକ୍ରେନ ନାଗରିକ, ପ୍ରଯୁକ୍ତିବିଦ୍ୟାରେ ଖୁବ୍ ଆଗରେ ଏହି ଦେଶ

BJD

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ୍ ଦୁନିଆରେ ଆମ କାର୍ଯ୍ୟଦକ୍ଷତା ତଥା ଅନ୍ୟାନ୍ୟ କାମକୁ ସରଳ କରୁଛି ବିଭିନ୍ନ ଆପ୍ । ମେସେଜିଂ ଆପ୍ ଠାରୁ ଆରମ୍ଭ କରି ପେମେଣ୍ଟ୍ ଆପ୍ ପର୍ଯ୍ୟନ୍ତ, ଏହିସବୁ ଆମ ଜୀବନଶୈଳୀକୁ ଆହୁରି ସୁଦୂରପ୍ରସାରୀ କରିବାରେ ସାହାଯ୍ୟ କରୁଛି । ତେବେ ଭାରତ ବ୍ୟତୀତ ଆମେରିକା, ଜାପାନ, ଜର୍ମାନୀ ଭଳି ଦେଶରେ ଟେକ୍ନୋଲୋଜି କ୍ଷେତ୍ରରେ ଖୁବ୍ ଆଗରେ । ଏଠାକାର ନାଗରିକଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆପ୍ କୁ ଆମେ ଦୈନିକ ବ୍ୟବହାର କରିଥାଉ । ତେବେ ଏହି ଟେକ୍ନୋଲୋଜି କ୍ଷେତ୍ରରେ ୟୁକ୍ରେନୀ ମାନେ ବି ପଛରେ ନାହାନ୍ତି । ୟୁକ୍ରେନ ବଂଶଜ ମାନେ ବି ପ୍ରଯୁକ୍ତିବିଦ୍ୟାରେ ଖୁବ୍ ଆଗରେ । ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଆପ୍ ଆମକୁ ଖୁବ୍ ସାହାଯ୍ୟ କରୁଛି ।

ଏହି କ୍ରମରେ ପେମେଣ୍ଟ୍ ଆପ୍ ପେପାଲ୍, ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍, ଇଂରାଜୀ ଶିକ୍ଷା ପ୍ରଦାନ କରୁଥିବା ଆପ୍ ଗ୍ରାମର୍ଲୀ ଏହି ସବୁ ୟୁକ୍ରେନୀ ନାଗରିକଙ୍କ ଦ୍ୱାରା ପ୍ରସ୍ତୁତ । ବର୍ତ୍ତମାନ ସମୟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ଭିତରେ ସବୁଠି ୟୁକ୍ରେନକୁ ନେଇ ଚର୍ଚ୍ଚା ଶୀର୍ଷରେ ରହିଛି । ଏହା ଭିତରେ ଚାଲନ୍ତୁ ଜାଣିବା ୟୁକେନ ନାଗରିକ ତଥା ବଂଶଜ ମାନଙ୍କ ଦ୍ୱାରା ବିକଶିତ କିଛି ଲୋକପ୍ରିୟ ଆପ୍ ସମ୍ପର୍କରେ ।

୧. WhatsApp:

ଦୁନିଆର ସବୁଠୁ ଲୋକପ୍ରିୟ ତଥା ବହୁଳ ଭାବରେ ବ୍ୟବହାର ହେଉଥିବା ମେସେଜିଂ ଆପ୍ ହେଉଛି ହ୍ୱାଟସଆପ୍ । ଆପଣ ମାନେ ବୋଧହୁଏ ଜାଣିନଥିବେ ଯେ, ଏହି ଆପ୍ ର ସୃଷ୍ଟିକର୍ତ୍ତା ହେଉଛନ୍ତି ଜଣେ ୟୁକ୍ରେନ ନାଗରିକ । ସେ ହେଉଛନ୍ତି ଜାନ୍ କୋମ୍ । ସେ ୟୁକ୍ରେନର ଫାଷ୍ଟିଭ୍ ରେ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ ୟୁକେକୁ ଚାଲି ଯାଇଥିଲେ । ବର୍ତ୍ତମାନ ସମୟରେ ଫେସବୁକ୍ ର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଦ୍ୱାରା ହ୍ୱାଟସଆପ୍ ପରିଚାଳିତ ହେଉଛି ।

୨. Payapl:

ଗ୍ଲୋବାଲ୍ ପେମେଣ୍ଟ୍ ସର୍ଭିସ୍ ଆପ୍ ପେପାଲ୍ ବିଷୟରେ ତ ଆପଣ ମାନେ ଜାଣିଥିବେ ନିଶ୍ଚୟ । ଡିଜିଟାଲ୍ ପେମେଣ୍ଟ୍ ଦୁନିଆରେ ଏହି ଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି । ତେବେ ଏହାର ପ୍ରସ୍ତୁକକର୍ତ୍ତା ହେଉଛନ୍ତି ମ୍ୟାକ୍ସ ଲେଭଚିନ୍ । ସେ ଜଣେ ୟୁକ୍ରେନ ପ୍ରବାସୀ । ଏବେ ସେ ଏକ ନୂତନ କମ୍ପାନୀ ଚଳାଉଛନ୍ତି । ଯାହା ହେଲା ବିଏନପିଏଲ୍ ସର୍ଭିସ୍ Affirm ।

୩. Clean My Mac:

ମାକ୍ ରେ ଆପ୍ ସବୁକୁ ବ୍ୟବସ୍ଥିତ ଏବଂ ସ୍ପିଡ୍ ବଢ଼ାଇବା ପାଇଁ ବ୍ୟବହାର ହେଉଥିବା Clean My Mac ର ପ୍ରସ୍ତୁତକାରୀ ହେଉଛନ୍ତି ମାକ୍ ପ । ସେ ୟୁକ୍ରେନ ରାଜଧାନୀ କିଭ୍ ର ପ୍ରବାସୀ । ୨୦୦୮ରେ ସେ ଏହି ଆପ୍ କୁ ବିକଶିତ କରିଥିଲେ ।

୪. Grammerly:

ଅଧିକାଂଶ ଲୋକ ନିଜ ଇଂରାଜୀ ଗ୍ରାମାର୍ ଠିକ୍ କରିବା ପାଇଁ ଏବଂ ଶବ୍ଦକୁ ସଠିକ୍ ଭାବରେ ବ୍ୟବହାର କରିବା ପାଇଁ ବ୍ୟବହାର କରୁଥିବା Grammerly ଆପ୍ କୁ ମଧ୍ୟ ୟୁକ୍ରେନୀ ମାନେ ବିକଶିତ କରିଛନ୍ତି । ଏହି ଆପ୍ ଦ୍ୱାରା ଆପଣ ନିଜ ଇଂରାଜୀ ଲେଖନୀକୁ ଉନ୍ନତ ଓ ନିର୍ଭୁଲ୍ କରିପାରିବେ । ଏହାର ପ୍ରସ୍ତୁତକାରୀ ହେଉଛନ୍ତି ମ୍ୟାକ୍ସ ଲିଟିଭନ୍, ଆଲେକ୍ସ ସେଭେନଚ୍କୋ ଏବଂ ଡିମଟ୍ରୋ ଲିଡର୍ । ଏମାନେ ହେଉଛି ୟୁକ୍ରେନର ନାଗରିକ ।

୫. People.ai:

ଅଧିକାଂଶ ଫର୍ଚୁନ୍-୫୦୦ କମ୍ପାନୀ ଦ୍ୱାରା ଉପଯୋଗ କରାଯାଉଥିବା People.ai ହେଉଛି ଏକ ସେଲ୍ସ ମ୍ୟାନେଜମେଣ୍ଟ୍ ଆପ୍ । ସେଲ୍ସ କ୍ଷେତ୍ର କିପରି ଅଗ୍ରଗତି କରିପାରିବ, ସେଲ୍ସ ଟିମ୍ କିପରି ସେମାନଙ୍କ ପରଫର୍ମାନ୍ସକୁ ବଢ଼ାଇପାରିବେ ସେହିସବୁ ଜାଣିବାରେ ଏହି ଆପ୍ ଅନେକ ଉପଯୋଗୀ । ଏହି ପ୍ଲାଟଫର୍ମକୁ ତିଆରି କରିଛନ୍ତି ୟୁକ୍ରେନୀ ଓଲେଗ୍ ରୋଗିନିସ୍କି ।

Get real time updates directly on you device, subscribe now.