fbpx

ପୁଣି ଖୋଲିବ ନକଲି ଡାକ୍ତରଙ୍କ ଅନେକ ଗୁମର, କୋଲକାତାରୁ ଭୁବନେଶ୍ୱର ଆସିବେ ୧୭ ନମ୍ବର ପତ୍ନୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଗୋଟିକ ପରେ ଗୋଟିଏ କଳାକାରନାମାର ପେଡ଼ି ଖୋଲିବାରେ ଲାଗିଛି । ଠକାମିର ଶିକାର ହୋଇଥିବା ପତ୍ନୀମାନେ ଜଣଙ୍କ ପରେ ଜଣେ ମୁହଁ ଖୋଲୁଛନ୍ତି । ତେବେ କୋଲକାତାରେ ରହୁଥିବା ରମେଶଙ୍କର ୧୭ ନମ୍ବର ପତ୍ନୀ ଇତିମଧ୍ୟରେ ଓଡ଼ିଶାକୁ ଆସିବାକୁ ରାଜି ହୋଇଛନ୍ତି । ରମେଶ ତାଙ୍କୁ ୩୫ ଲକ୍ଷ ଟଙ୍କାର ଚୁନା ଲଗାଇଥିଲା । ଅନ୍ୟପକ୍ଷରେ ରମେଶଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ମେଡିକାଲ ସିଟ୍ ଠକେଇ ବାବଦରେ ଖୋଳତାଡ଼ କରିବାକୁ ଯୋଜନା କରିଛି ପୋଲିସ ।

ରମେଶ ୧୮ ଜଣଙ୍କୁ ବିବାହ କରି ୧୬ ଜଣଙ୍କୁ ଠକିଥିବାର ପ୍ରମାଣ ପୋଲିସ ପାଖରେ ରହିଛି । ଦୁଇଦିନ ପୂର୍ବରୁ ୧୯ ଜଣ ପତ୍ନୀ ମଧ୍ୟ ରମେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ । କୋଲକାତାରେ ରହୁଥିବା ୧୭ ନମ୍ବର ପତ୍ନୀ ରମେଶଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିଥିବା ବେଳେ ଭୁବନେଶ୍ୱର ଆସି ପୋଲିସକୁ ସହଯୋଗ କରିବାକୁ ସହମତି ପ୍ରକାଶ କରିଛନ୍ତି । ମେଡିକାଲ ସିଟ୍ ଓ ଚାକିରି କରାଇଦେବା ନାଁରେ ୧୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିବା ପରେ ଡିସିପି ଏକ ସ୍ପେଶାଲ ଯାଞ୍ଚକାରୀ ଟିମ୍ (ଏସଆଇଟି) ଗଠନ କରିଛନ୍ତି ।

ଏହି ଏସଆଇଟିକୁ ଜଣେ ଅତିରିକ୍ତ ଡିସିପି ପରିଚାଳନା କରିବେ । ଏଥିରେ ସାଇବର ଓ ଅର୍ଥନୈତିକ ଥାନାର ଅଫିସରମାନେ ସାମିଲ ହେବେ । ରମେଶଙ୍କର ଗୋଟିଏ ପୁଅ ଓ ଝିଅ ରାଜ୍ୟ ବାହାରେ ରହୁଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱରରେ ରହୁଛନ୍ତି । ତେଣୁ ପୋଲିସ ତାଙ୍କୁ ପଚରାଉଚରା କରିବ । ବର୍ତ୍ତମାନ ସୁଦ୍ଧା ରମେଶଙ୍କ ନାମରେ ମହିଳା ଥାନାରେ ୪ଟି, ଖଣ୍ଡଗିରିରେ ୩ଟି, ଭୟତପୁରରେ ୨ଟି, ମଙ୍ଗଳାବାଗରେ ୨ଟି, ପାଟକୁରାରେ ୧ଟି ଓ ସାଇବର ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.