fbpx

Whatsapp ବ୍ୟବହାରକାରୀ ସାବଧାନ; ଏହି ଲିଙ୍କରେ କ୍ଲିକ୍ କଲେ ଖାଲି ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଆଜିର ଜୀବନରେ ସମୟରେ ସବୁଠାରୁ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ତେବେ ଏହା ଦୁଇ ଧାରିଆ ଛୁରୀ ଅଟେ । ହ୍ୟାକର ମାନଙ୍କ ଦ୍ୱାରା ଲୋଭର ବଶବର୍ତ୍ତୀ ହୋଇ ମାତ୍ର ଗୋଟିଏ କ୍ଲିକରେ ଆପଣଙ୍କ ଆକାଉଣ୍ଟ ଖାଲି ହୋଇ ଯାଇପାରେ । ତେବେ ଏଭଳି ଧୋକା ଖାଇବାରୁ ଆପଣ ନିଜକୁ ସୁରକ୍ଷିତ ରଖନ୍ତୁ । ଆଜିକାଲି ହ୍ୟାକର ମାନେ ଲୁଟିବା ପାଇଁ ବିଭିନ୍ନ ନୂଆ ନୂଆ ତରିକା ଆପଣେଇବାରେ ଲାଗିଛନ୍ତି । ୟୁଜର୍ସ ମାନେ ସୋସିଆଲ ମିଡିଆରେ ବନ୍ଧୁତା କରି ଆପଣଙ୍କୁ କିଛି ଲୋଭନୀୟ ଅଫର ପ୍ରଦାନ କରିବେ । ଆପଣ ଲୋଭର ବଶବର୍ତ୍ତୀ ହୋଇ ଯଦି ନିଜର ବ୍ୟକ୍ତିଗତ ତଥ୍ୟ ଶେୟାର କରିବେ ତେବେ ମାତ୍ର କିଛି ମିନିଟରେ ଆପଣ କାଙ୍ଗାଳ ହୋଇଯିବେ ।
ହ୍ୱାଟ୍ସଆପ୍ ଜରିଆରେ ଆପଣଙ୍କୁ ଆସିବ ଏକ ଲିଙ୍କ । ଏହି ଲିଙ୍କରେ ଆପଣ କ୍ଲିକ କରି ନିଜର ବ୍ୟକ୍ତିଗତ ତଥ୍ୟ ଦେବା ମାତ୍ରେ ହିଁ ଆପଣଙ୍କ ଆକାଉଣ୍ଟ ଖାଲି ହୋଇଯିବ । ଏହି ଲିଙ୍କରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କ ଫୋନ୍ ଅଥବା କମ୍ପ୍ୟୁଟରରେ ଏକ ମାଲୱେୟାର ଡାଉନଲୋଡ୍ ହୋଇଯାଇଥାଏ ।

ବର୍ତ୍ତିବେ କିଭଳି:

ଲୋଭନୀୟ ଅଫରରୁ ନିଜକୁ ଦୂରେଇ ରଖନ୍ତୁ । ଏଭଳି ଅଫର ମିଳିଲେ ତୁରନ୍ତ ବ୍ଲକ୍ କରନ୍ତୁ ।
ନିଜର ୟୁଜର ନେମ୍ ଏବଂ ପାସୱାର୍ଡ ଶେୟାର କରନ୍ତୁ ନାହିଁ । ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଗୁପ୍ତ ତଥ୍ୟ ମଧ୍ୟ ଶେୟାର କରନ୍ତୁ ନାହିଁ ।
ବ୍ୟାଙ୍କିଂ ଡିଟେଲ୍ସ ଯେପରିକି ଡେବିଟ୍ ଅଥବା କ୍ରେଡିଟ କାର୍ଡ ନମ୍ବର, ସିଭିଭି, ପିନ ପ୍ରଭୃତି ଶେୟାର କରନ୍ତୁ ନାହିଁ ।
ଓଟିପି ଶେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.