fbpx

ଏହି ସ୍ମାର୍ଟଫୋନରେ ଆଉ ଚାଲିବନି Whatsapp: ଆପଣଙ୍କ ମୋବାଇଲ ନାହିଁ ତ ଏହି ଲିଷ୍ଟରେ?

AAKASH

ନୂଆଦିଲ୍ଲୀ: ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଖୁବ ଲୋକପ୍ରିୟ ହୋଇପାରିଛଇ ମେସେଜିଂ ଆପ ହ୍ୱାଟ୍ସଆପ । ସାଙ୍ଗସାଥୀ ତଥା ସମ୍ପର୍କୀୟଙ୍କ ସହ ଯୋଡି ହେବା ପାଇଁ ଏହି ଆପ ଏବେ ପ୍ରାଇମେରୀ ମେସେଜିଂ ଆପ ପାଲଟିଛି । ତେବେ ଏହି ହ୍ୱାଟ୍ସଆପକୁ ନେଇ ଏବେ ମିଳିଛି ଏକ ଚାଞ୍ଚଲ୍ୟକର ତଥ୍ୟ । କିଛିଟା ସ୍ମାର୍ଟଫୋନରେ ଏହି ଆପ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା କେଉଁ ଫୋନଗୁଡିକ ପାଇଁ ହ୍ୱାଟ୍ସଆପର ସମ୍ପର୍କ ବିଚ୍ଛିନ୍ନ ହେବାକୁ ଯାଉଛି ।

ଆପଣ ଜାଣନ୍ତି କିଛି ହ୍ୱାଟ୍ସଆପ ଧିରେ ଧିରେ ପୁରୁଣା ଡିଭାଇସ ଗୁଡିକରେ କାମ କରିବା ବନ୍ଦ ହୋଇଯାଏ । ଏବେ ମଧ୍ୟ ଠିକ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ କିଛି ସ୍ମାର୍ଟଫୋନରେ ହ୍ୱାଟ୍ସଆପ ସପୋର୍ଟ କରିବା ଶେଷ ହୋଇଯାଇଛି । ଏବେ ହ୍ୱାଟ୍ସଆପ iPhone ର କିଛି ପୁରୁଣା ମଡେଲରେ ବ୍ୟବହାର ହୋଇପାରିବ ନାହିଁ । ios 10 ଏବଂ ios 11ରେ ହ୍ୱାଟ୍ସଆପ କାମ କରିବନି ବୋଲି ଜାଣିବାକୁ ମିଳିଛି । ଆସନ୍ତା ଅକ୍ଟୋବର ୨୪ ତାରିଖରୁ କାମ କରିବନି ହ୍ୱାଟ୍ସଆପ । ତେବେ ios 12 କିମ୍ବା ଏହାଠାରୁ ଅଧିକ ଭର୍ଜନ ସପୋର୍ଟ କରୁଥିବା ଆଇଫୋନ ଗୁଡିକରେ ହ୍ୱାଟ୍ସଆପ ଚାଲିପାରିବ ।

ସେହିପରି iPhone 5 ଏବଂ 5c ଲାଟେଷ୍ଟ ସଫ୍ଟଓୟାର ଭର୍ଜନରେ ଅପଡେଟ କରାଯାଇ ପାରିବ ନାହିଁ । ତେଣୁ ଏହି ଡିଭାଇସ ଗୁଡିକ ସହ ମଧ୍ୟ iPhone ର ସମ୍ପର୍କ ଶେଷ ହେବାକୁ ଯାଉଛି । ତେବେ ଯଦି ଆପଣଙ୍କ iPhone ଏହି ମଡେଲ ଗୁଡିକ ମଧ୍ୟରୁ ହୋଇଥାଏ, ତେବେ ଆପଣ ଆଗାମୀ କିଛି ଦିନ ମଧ୍ୟରେ ହ୍ୱାଟ୍ସଆପ ବ୍ୟବହାର କରିବାରୁ ବଞ୍ଚିତ ରହିବେ ।

ତେବେ ଆପଣ ନିଜ ପୁରୁଣା ଅପରେଟିଙ୍ଗ ସିଷ୍ଟମକୁ ଅପଗ୍ରେଡ ମଧ୍ୟ କରିପାରିବେ । ମୋବାଇଲର ସେଟିଙ୍ଗକୁ ଯାଇ ‘General’କୁ ସିଲେକ୍ଟ କରନ୍ତୁ । ଏହାପରେ ସଫ୍ଟଓୟାର ଅପଡେଟ ଉପରେ କ୍ଲିକ କରନ୍ତୁ । ଏହାଦ୍ୱାରା ଆପଣ ହ୍ୱାଟ୍ସଆପର ନୂଆ ଭର୍ଜନ ଇନଷ୍ଟଲ କରିପାରିବେ ।

Get real time updates directly on you device, subscribe now.