fbpx
BJD SKY
BJD SKY

୧୦୦ କୋଟି ବଦଳରେ ରାଜ୍ୟସଭା ସିଟ୍ ଦେବା କହୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାଶ୍

BJD

ନୂଆଦିଲ୍ଲୀ: ୧୦୦ କୋଟିରେ ରାଜ୍ୟସଭା ସିଟ୍ ଦେବ ବୋଲି ଦାବି କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରିଛି ସିବିଆଇ । ଏନେଇ ମାମଲା ସହିତ ଜଡ଼ିତ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି ଯେ ସିବିଆଇ ଟଙ୍କା ନେଣଦେଣ ପୂର୍ବରୁ ଅଭିଯୁକ୍ତଙ୍କୁ ଧରିଛନ୍ତି । ଏତିକି ନୁହେଁ ଅଭିଯୁକ୍ତ ୧୦୦ କୋଟି ବଦଳରେ ରାଜ୍ୟପାଳ କରାଇଦେବା ପାଇଁ ମଧ୍ୟ କହୁଥିଲେ ।

ମିଡିଆ ରିପୋର୍ଟ ଅନୂଯାୟୀ ଲୋକଙ୍କୁ ମିଛ ଆଶ୍ୱସନା ଦେଖାଇ ଠକୁଥିବା ଏକ ବଡ଼ ରାକଟେର ପର୍ଦ୍ଦାଫାଶ ହୋଇଛି । ଏହି ଲୋକମାନେ ରାଜ୍ୟସଭାରେ ସିଟ୍ ବ୍ୟବସ୍ଥା କରିବା, ରାଜ୍ୟପାଳ କରାଇଦେବା କିମ୍ବା ସରକାରୀ ସଂଗଠନ, ମନ୍ତ୍ରାଳୟ ଏବଂ ବିଭାଗରେ ଅଧ୍ୟକ୍ଷ ଭାବରେ ନିଯୁକ୍ତି କରାଇ ଦେବା ନେଇ କହୁଥିଲେ ଏବଂ ଏହା ବଦଳରେ କୋଟି କୋଟି ଟଙ୍କା ଦାବି କରୁଥିଲେ ।

ରିପୋର୍ଟ ଅନୂଯାୟୀ, ମାମଲାର ଯାଞ୍ଚ କରୁଥିବା ଅଧିକାରୀମାନେ କହିଥିଲେ ଯେ ସିବିଆଇ ଅଧିକାରୀ ଗତ ସପ୍ତାହରୁ ଇଣ୍ଟରସେପ୍ଟର ଦ୍ୱାରା କଲ୍ ଶୁଣୁଥିଲେ । ଗତ କିଛି ଦିନରୁ ଅଭିଯୁକ୍ତଙ୍କ ଉପରେ ନଜର ରଖାଯାଇଥିଲା । ୪ ରୁ ଅଧିକ ଲୋକ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇଛି । ଏଥିରେ କିଛି ଲୋକଙ୍କର  ପରିଚୟ, ମହାରାଷ୍ଟ୍ରର କମଲାକର ପ୍ରେମକୁମାର ବାନ୍ଦଗର, କର୍ଣ୍ଣାଟକର ରବୀନ୍ଦ୍ର ବିଟ୍ଠଲ ନାଇକ, ଦିଲ୍ଳୀର ମହେନ୍ଦ୍ର ପାଲ ଅରୋରା ଏବଂ ଅଭିଷେକ ବୂରା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.