ହ୍ୟାରି ପର୍ଟର ଫ୍ରେମ୍ର ଅଭିନେତ୍ରୀଙ୍କୁ ଆସିଥିଲା ଟ୍ରମ୍ପଙ୍କ କଲ୍, ଏମ୍ସାଙ୍କୁ ଡେଟ୍ କରିବାକୁ ମନକରିଥିଲେ ଡୋନାଲ୍ଡ
ଡୋନାଲ୍ଡଙ୍କ କଲ ଆସିଥିବା ସମୟରେ ଅଭିନେତ୍ରୀଙ୍କ ଛାଡ଼ପତ୍ର ହୋଇଥିଲା।
ଆମେରିକା: ହଲିଉଡ୍ ଜଣାଶୁଣା ଅଭିନେତ୍ରୀ ହ୍ୟାରି ପର୍ଟର ଫ୍ରେମ୍ର ଅଭିନେତ୍ରୀ ଏମ୍ମା ଥୋମ୍ପସନ୍ ନିକଟରେ ଲୋକାର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ଅଂଶ ଗ୍ରହଣ କରିଥିଲେ।
ଯେଉଁଠାରେ ସେ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଜୀବନରେ ସହ ଜଡ଼ିତ କିଛି କଥା ସେୟାର କରିଥିଲେ।
ଏହି କାର୍ଯ୍ୟକ୍ରମରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତରଫରୁ ଆସିଥିବା ତାଙ୍କ ପାଖକୁ ଏକ କଲ ବିଷୟରେ ମଧ୍ୟ କହିଥିଲେ।
ଯେଉଁଥିରେ ସେ ଦାବିର ସହ କହିଛନ୍ତି ଟ୍ରମ୍ପ ତାଙ୍କ ବଡ଼ ବଙ୍ଗଳାକୁ ଡାକିଥିଲେ ଏକାଠି ଡିନର କରିବା ପାଇଁ। ଅଭିନେତ୍ରୀ କହିଥିଲେ ଯଦି ସେହି ସମୟରେ ଟ୍ରମ୍ପଙ୍କ ସହ ଡେଟ୍ ପାଇଁ ହଁ କରିଥାନ୍ତେ, ତେବେ ଆମେରିକାର ରାଜନୀତି ପରିଚୟ ନିହାତି ବଦଳିଥାନ୍ତା।
ଆସନ୍ତୁ ଜାଣିବା ଟ୍ରମ୍ପଙ୍କ କଲକୁ ନେଇ ଆଉ କ’ଣ କହିଛନ୍ତି ହ୍ୟାରି ପର୍ଟର ଫ୍ରେମ ଅଭିନେତ୍ରୀ।
ଦ ଟେଲିଗ୍ରାଫ ଅନୁସାରେ ଏମ୍ମା ଥୋମ୍ପସନ୍ ନିକଟରେ କହିଛନ୍ତି ଯେତେବେଳେ ସେ ତାଙ୍କ ଫିଲ୍ମ ପ୍ରାଇମରୀ କଲର୍ସର ସୁଟିଂ କରୁଥିଲେ ସେହି ସମୟରେ ତାଙ୍କର କେନେଥ ବ୍ରାନଘଙ୍କ ସହ ଛାଡ଼ପତ୍ର ହୋଇଥିଲା।
ଯେତେବେଳେ ସୁଟିଂରୁ ଟିକିଏ ଫ୍ରି ହୋଇ ନିଜ ଭ୍ୟାନରେ ବସିଥିଲେ ସେହି ସମୟରେ ଫୋନ୍ ଖଣ୍ଟି ବାଜିଥିଲା।
ସେପଟୁ କଥା ଆସିଥିଲା “ହାଲୋ ମେ ଡୋନାଲ୍ଟ ଟ୍ରମ୍ପ ବୋଲ ରାହାହୁଁ”।
ହେଲେ ମତେ ଲାଗିଥିଲା ଏହା କିଏ ମଜାକ କରୁଛି।
ଅଭିନେତ୍ରୀ ଆହୁରି ମଧ୍ୟ କହିଛନ୍ତି, ସେ କହିଛନ୍ତି କୁହନ୍ତୁ ମୁଁ ଆପଣଙ୍କୁ କେଉଁ ପ୍ରକାର ସାହାର୍ଯ୍ୟ କରିପାରିବି। ସେପଟୁ ପୁଣି କଥା ଆସିଥିଲା ମତେ ବହୁତ ଭଲ ଲାଗିବ ତୁମେ ଯଦି ମୋର ଆଲିସାନ ଜାଗାକୁ ଆସି ରୁହନ୍ତ।
ହୋଇପାରେ ଆମେ ଏକାଠି ଡିନର କରିପାରନ୍ତେ। ଏହା ପରେ ବିନମତ୍ର ସହ ଅଭିନେତ୍ରୀ କହିଥିଲେ ଏହା ବହୁତ ଭଲ ଉପାୟ। ଆପଣଙ୍କୁ ଧନ୍ୟବାଦ, ଆପଣଙ୍କୁ ଏଥିପାଇଁ ମୁଁ ପୁଣି କଲ କରିବି।
ପରେ ଅଭିନେତ୍ରୀ ଜାଣିପାରିଥିଲେ କି ପ୍ରକୃତରେ ସେହି କଲ ଡୋନାଲ୍ଡ ଟ୍ରମ୍ପଙ୍କର ଥିଲା। ଯିଏ ସେହି ସମୟରେ ତାଙ୍କ ପତ୍ନୀ ମାରଲା ମେପଲ୍ସଙ୍କ ଠାରୁ ଅଲଗା ହୋଇଥିଲେ।
ଆଉ ତାଙ୍କ ଟିମ୍ ତାଙ୍କ ପାଇଁ ଜଣେ ଭଲ ପାର୍ଟନର ଖୋଜୁଥିଲେ।
ଏହା ସହ ଶେଷକୁ ଅଭିନେତ୍ରୀ ହସି ହସି କହିଛନ୍ତି ଯଦି ସେହି ଦିନ ସେ ହଁ କରିଦେଇଥାନ୍ତୋ ସେ ଡୋନାଲ୍ଡଙ୍କ ସହ ଡେଟ୍ରେ ଯାଇଥାନ୍ତେ। ସେ ଆମେରିକା ଇତିହାସର ଦିଶା ମଧ୍ୟ ବଦଳାଇପାରିଥାନ୍ତେ।