fbpx

ଆଦିତ୍ୟ ରାୟ କପୁରଙ୍କୁ ଫ୍ୟାନ୍ସ ‘ଜ୍ୱାଇଁ’ କହିବାରୁ, ଏପରି ରିଆକ୍ଟ କଲେ ଚଙ୍କି ପାଣ୍ଡେ

Advertisement

ମୁମ୍ବାଇ: ଗତ ମାସରେ ଖବର ଆସିଥିଲା ଯେ, ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରାୟ କପୁରଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଛି । ଏମାନେ ନିଜ ୨ ବର୍ଷର ସଂପର୍କକୁ ଭାଙ୍ଗିଦେଇଛନ୍ତି ବୋଲି କୁହାଯାଉଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଅନନ୍ୟାଙ୍କ ବାପା ଚଙ୍କି ପାଣ୍ଡେ ଆଦିତ୍ୟଙ୍କ ସହ ଫଟୋ ସେୟାର କରିଛନ୍ତି । ଏହାକୁ ଦେଖି ଫ୍ୟାନ୍ସ ଆଦିତ୍ୟଙ୍କୁ ଚଙ୍କିଙ୍କ ଜ୍ୱାଇଁ ବୋଲି କହିଛନ୍ତି । ଚଙ୍କି ପାଣ୍ଡେ ଏହି କମେଣ୍ଟକୁ ନେଇ ରିଆକ୍ଟ କରିଛନ୍ତି ।

ଚଙ୍କି ପାଣ୍ଡେ ଏବଂ ଆଦିତ୍ୟ ରାୟ କପୁର ଏକ ସମର ଡ୍ରିଙ୍କର ଆଡ ପାଇଁ ଏକ ସାଙ୍ଗରେ କାମ କରୁଛନ୍ତି । ଏହି ଆଡର ସେଟରେ ଚଙ୍କି ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି ଏବଂ ଏଥିରେ ଏକ ଫଟୋରେ ଆଦିତ୍ୟଙ୍କ ସହ ପୋଜ ଦେବା ଦେଖାଯାଇଛି ।

ଚଙ୍କି ପାଣ୍ଡେଙ୍କ ଏହି ପୋଷ୍ଟରେ ଜଣେ ପ୍ୟାନ୍ସ ଲେଖିଛନ୍ତି, ‘ଅପନେ ଦାମାଦ କେ ସାଥ, ବସ ମଜାକ ହେ ପାସ୍ତା କା ଆଖିରୀ ରାସ୍ତା’, ଅନ୍ୟ ଏକ ୟୁଜର୍ସ ଲେଖିଛନ୍ତି, ‘ସସୁର ଔର ଦାମାଦ କି ଯୋଡି’, ଚଙ୍କି ପାଣ୍ଡେ ଏହି କମେଣ୍ଟରେ ନିଜ ରିଆକ୍ସନ ଦେଇଛନ୍ତି । ଆକ୍ଟର ଏହି କମେଣ୍ଟକୁ ଲାଇକ କରିଛନ୍ତି ।

ବ୍ରେକଅପ ଖବର ଆସିବା ସମୟରେ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ମଧ୍ୟ ଏକ ସାଙ୍ଗରେ ଏକ ସପିଙ୍ଗ ସାଇଟର ପ୍ରଚାର କରିବା ଦେଖିବାକୁ ମିଳିଥିଲା । ଏଥିରେ ଲୋକେ ଭାବୁଥିଲେ ଏବେ ବି ଅନନ୍ୟା ଏବଂ ଆଦିତ୍ୟ ଏବେ ବି ଏକ ସାଙ୍ଗରେ ଅଛନ୍ତି ।

 

View this post on Instagram

 

A post shared by Chunky Panday (@chunkypanday)

Get real time updates directly on you device, subscribe now.