fbpx

କେଉଁ ସମୟରେ ଛିଙ୍କିବା ଶୁଭ ସଂକେତ ଦେଇଥାଏ

ଛିଙ୍କ ଆସିବା ଏକ ସ୍ୱାଭାବିକ ପ୍ରକ୍ରିୟା । ବେଳେ ବେଳେ ଋତୁ ପରିବର୍ତ୍ତନ ସମୟରେ ବା ଆଲର୍ଜୀ ହେଲେ ଆମେ ଛିଙ୍କିଥାଉ । ସର୍ବସାଧାରଣ ସ୍ଥାନରେ ଛିଙ୍କିବା ଅନେକ ଲୋକମାନଙ୍କ ପାଇଁ ଅସୁବିଧାର କାରଣ ମଧ୍ୟ ପାଲଟିଥାଏ । ପ୍ରାଚୀନ ମାନ୍ୟତା ଅନୁଯାୟୀ ଛିଙ୍କିବା ଅଶୁଭ ହୋଇଥାଏ । କିନ୍ତୁ କେତେକାଂଶରେ ଛିଙ୍କିବା ଶୁଭ ସଂକେତ ଅଟେ । କେଉଁ ସମୟରେ ଛିଙ୍କିବା ଦେଇଥାଏ ଶୁଭଫଳ ଆସନ୍ତୁ ଜାଣିବା :

-କୌଣସି ଜରୁରୀ କାର୍ଯ୍ୟ ପାଇଁ ଘରୁ ବାହାରୁଥିବା ସମୟରେ ଯଦି ଆପଣଙ୍କୁ ଥରଟେ ଛିଙ୍କ ହୁଏ ତେବେ ଏହା ଅଶୁଭ ହୋଇଥାଏ । କିନ୍ତୁ ଦୁଇ ଥର ଲଗାତାର ଛିଙ୍କିବା ଭଲ । ସେହିପରି ଆପଣ ଘରୁ ବାହାରୁଥିବା ସମୟରେ ଅନ୍ୟ କେହି ବ୍ୟକ୍ତି ଆସାମ୍ନାରୁ ଛିଙ୍କିଲେ ତାହା ଅଶୁଭ ଅଟେ ।

– ହିନ୍ଦୁ ଧର୍ମ ଅନୁଯାୟୀ ଗୋ ମାତାରେ ଅନେକ ଦେବା ଦେବୀ ବାସ କରିଥାନ୍ତି । ତେଣୁ କୌଣସି ଭଲ କାର୍ଯ୍ୟ ପାଇଁ ଘରୁ ବାହାରିବା ସମୟରେ ଗୋ ମାତାଙ୍କ ଛିଙ୍କିବା ଶୁଭ ହୋଇଥାଏ ଓ କାର୍ଯ୍ୟରେ ସଫଳତା ମିଳିଥାଏ ।

– କୌଣସି ଦୁର୍ଘଟଣା ସ୍ଥଳ ବା ଶ୍ମଶାନ ଘାଟରେ ଛିଙ୍କ ଆସିଲେ ଭାବି ନିଅନ୍ତୁ ଆପଣଙ୍କ ଜୀବନରେ ଆସୁଥିବା ବିପଦ ଦୂରେଇ ଗଲା ।

– ଘରୁ ବାହାରିବା ସମୟରେ କୁକୁର ଏକାଧିକ ଥର ଛିଙ୍କିବା ଶୁଭ ସଂକେତ । ଏହା ଦ୍ୱାରା ଆପଣଙ୍କ ଜୀବନ ଉପରେ ଦେଖାଯାଉଥିବା ବିପଦ ଦୂରେଇ ଥାଏ ।

– ଟଙ୍କା ଗଣୁଥିବା ସମୟରେ ଏକାଧିକ ଥର ଛିଙ୍କ ଆସେ ତେବେ ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ରହିଛି ।

– ପୂଜାର୍ଚ୍ଚନା କରିବା ସୟରେ ଛିଙ୍କ ଆସିବା ଅଶୁଭ ବୋଲି ବିଶ୍ୱାସ ରହିଛି । କିନ୍ତୁ ବାରମ୍ବାର ଛିଙ୍କିବା ଶୁଭ ହୋଇଥାଏ ।

Get real time updates directly on you device, subscribe now.