fbpx

Video; କୁମ୍ଭୀରକୁ ଚାରିପଟୁ ଧରି ଚିତ୍‌ପଟାଙ୍ଗ୍‌ କଲା ବିଶାଳ ଆନାକୋଣ୍ଡା, ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ…

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେଉଛି ବିଭିନ୍ନ ଭିଡିଓ। କେତେକାଂଶରେ ମଜାଦାର ଥିବାବେଳେ ଆଉକେତେକ ଶିକ୍ଷାଭିର୍ତ୍ତିକ। ସବୁଠୁ ଅଧିକ ଲୋକପ୍ରିୟ ପାଲଟିଥାଏ ପଶୁ-ପକ୍ଷୀଙ୍କ ଭିଡିଓ। କହିବାକୁ ଗଲେ ବନ୍ୟଜନ୍ତୁ ମାନଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଜଙ୍ଗଲ କିମ୍ବା ଜଳରେ ବସବାସ କରୁଥିବା ଜୀବମାନେ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ଅନେକ ସମୟରେ ପରସ୍ପର ସହ ଲଢ଼େଇ କରୁଥିବା ଦେଖିବାକୁ ମିଳେ।

ହେଲେ ଆମେ ଏମିତି ଏକ ଭିଡିଓ ଦେଖେଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହି ଭିଡିଓରେ ଏକ ବିଶାଳ ଆନାକୋଣ୍ଡା ଓ କୁମ୍ଭୀର ମଧ୍ୟରେ ହୋଇଥିବା ଭୟଙ୍କର ଲଢେଇ ବେଳର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। କୁହାଯାଉଛି ଯେ ଆନାକୋଣ୍ଡା ଏବଂ କୁମ୍ଭୀର ମଧ୍ୟରେ ସଂଘର୍ଷ ପ୍ରାୟ ୪୦ ମିନିଟ୍ ଧରି ଚାଲିଥିଲା ଏବଂ ଫଟୋଗ୍ରାଫର ଏହାର ଫଟୋ ନିଜ କ୍ୟାମେରାରେ କଏଦ କରିଥିଲେ। ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେଉଛି।

ଉଭୟଙ୍କ ଭିତରେ ଚାଲିଥିଲା ଭୟଙ୍କର ଲଢେଇ। କେତେଯେ ଏହି ସଂଘର୍ଷ ଭୟଙ୍କର ଥିଲା ତାହା ଏହି ଭିଡିଓ ଦେଖିଲେ ଜାଣିହେଉଛି। ବେଳେ ବେଳେ ଆନାକୋଣ୍ଡା କୁମ୍ଭୀରକୁ ଚାରିଆଡ଼ୁ ଧରିଥିଲା ତ ଆଉ କେତେବେଳେ କୁମ୍ଭୀର ଆନାକୋଣ୍ଡାକୁ କାମୁଡ଼ି ପକାଉଥିଲା। ଏହା ଯେତିକି ରୋମାଞ୍ଚକ ଲାଗୁଛି ସେତିକି ବି ଭୟଙ୍କର ଲାଗୁଛି। ହେଲେ ଏହା ପରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା। ଶେଷରେ କୁମ୍ଭୀରକୁ ଆନାକୋଣ୍ଡା ଛାଡି ଗଛକୁ ପଳାଇଥିଲା।

Get real time updates directly on you device, subscribe now.