fbpx

ଶ୍ରାବଣ ଚତୁର୍ଥ ସୋମବାରରେ କେଉଁ ସମୟରେ କରିବେ ରୁଦ୍ରାଭିଷେକ? ଜାଣନ୍ତୁ ପ୍ରକୃତ ନିୟମ

ଓଡ଼ିଶା ଭାସ୍କର: ଶ୍ରାବଣ ମାସ ପାଇଁ ପ୍ରତ୍ୟେକ ସୋମବାର ଶିବ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଜମୁଛି । ଆପଣ ଚତୁର୍ଥ ସୋମବାରରେ ବାବା ଭୋଳାନାଥଙ୍କ ରୁଦ୍ରାଭିଷେକ କରିବା ପାଇଁ ଯାଉଛନ୍ତି କି? ତେବେ ଏହାପୂର୍ବରୁ ରୁଦ୍ରାଭିଷେକ କରିବାର ଉଚିତ୍ ସମୟ ଏବଂ ଅନ୍ୟ ସମସ୍ତ ନିୟମ ବିଷୟରେ ଜାଣି ରଖନ୍ତୁ । ଏହାଦ୍ୱାରା ଶ୍ରାବଣ ଚତୁର୍ଥ ସୋମବାର ବ୍ରତର ସମ୍ପୂର୍ଣ୍ଣ ଫଳ ପ୍ରାପ୍ତ ହୋଇପାରିବ । ଉଚିତ୍ ସମୟ ଏବଂ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କ ରୁଦ୍ରାଭିଷେକ କଲେ, ବାବା ଭୋଳାନାଥ ଏବଂ ମାତା ପାର୍ବତୀଙ୍କ କୃପାରୁ ଶ୍ରଦ୍ଧାଳୁଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଜୀବନର ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିବା ସହ ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ।

ପଞ୍ଚାଙ୍ଗ ଅନୁସାରେ, ଶ୍ରାବଣ ମାସର ଚତୁର୍ଥ ସୋମବାର ଦିନ ସପ୍ତମୀ ତିଥି ସଂଯୋଗ ହୋଇଛି, ଏହା ସକାଳ ୭.୫୫ ପର୍ଯ୍ୟନ୍ତ ରହିବ । ଏହାସହିତ ଏହି ବିଶେଷ ଦିନରେ ସ୍ୱାତୀ ନକ୍ଷତ୍ରର ମଧ୍ୟ ନିର୍ମାଣ ହେଉଛି ଏବଂ ଏହା ସକାଳ ୮.୨୩ ପର୍ଯ୍ୟନ୍ତ ରହିବ । ଏବଂ ଏହାପରେ ବିଶାଖା ନକ୍ଷତ୍ର ଆରମ୍ଭ ହେବ । ଶ୍ରାବଣ ସୋମବାର ବ୍ରତ ଦିନ ଶୁକ୍ଳ ଯୋଗ ଏବଂ ବ୍ରହ୍ମ ଯୋଗ ନିର୍ମାଣ ମଧ୍ୟ ହୋଇଥାଏ । ଶୁକ୍ଳ ଯୁଗ ସନ୍ଧ୍ୟା ୪.୨୬ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ବ୍ରହ୍ମ ଯୋଗ ଆରମ୍ଭ ହେବ । ଏହି ଯୋଗରେ ରୁଦ୍ରାଭିଷେକ କରିବା ବେଶ୍ ଉତ୍ତମ ବୋଲି ବିଶ୍ୱାସ କରାଯାଏ ।

ରୁଦ୍ରାଭିଷେକର ସାମଗ୍ରୀ: ରୁଦ୍ରାଭିଷେକ ପାଇଁ ଫଳ, ଧଳା ଫୁଲ, ସିନ୍ଦୂର, ଚନ୍ଦନ, ଧୂପ-ଦୀପ, କର୍ପୁର, ଅଗରବତୀ, ବେଲପତ୍ର, ଗଙ୍ଗାଜଳ, କଞ୍ଚା କ୍ଷୀର, ଗୋଲାପ ଜଳ, ଅତର, ଘିଅ, ତେଲ ସମେତ ପୂଜାର ସମସ୍ତ ସାମଗ୍ରୀ ଏକତ୍ରିତ କରନ୍ତୁ ।

କିପରି କରିବେ ରୁଦ୍ରାଭିଷେକ:
• ଭଗବାନ ଶିବଙ୍କ ରୁଦ୍ରାଭିଷେଖ ପାଇଁ ସର୍ବପ୍ରଥମେ ପ୍ରଭୁ ଗଣେଶଙ୍କ ବିଧି-ବିଧାନ ଅନୁଯାୟୀ ପୂଜା କରନ୍ତୁ
• ଏହାପରେ ରୁଦ୍ରାଭିଷେକ କରିବା ପାଇଁ ସଂକଳ୍ପ କରନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ
• ଶିବ-ଗୌରୀଙ୍କ ସହ ନବଗ୍ରହଙ୍କୁ ସ୍ମରଣ କରନ୍ତୁ
• ରୁଦ୍ରାଭିଷେକର ପ୍ରକ୍ରିୟା ଆରମ୍ଭ କରନ୍ତୁ ଏବଂ ଉତ୍ତର ଦିଗରେ ଶବିଲିଙ୍ଗ ସ୍ଥାପନ କରନ୍ତୁ
• ପୂର୍ବ ଦିଗରେ ବସି ଭୂମିରେ ଶିବଲିଙ୍ଗ ନିର୍ମାଣ କରି ସେଥିରେ ଜଳାଭିଷେଖ କରନ୍ତୁ
• ଶିବଲିଙ୍ଗଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ରୁଦ୍ରାଭିଷେକରେ ବ୍ୟବହାର ହେବାକୁ ଥିବା ଦ୍ରବ୍ୟ ଭଗବାନଙ୍କ ଉପରେ ଚଢାନ୍ତୁ
• ଶେଷ ବାବା ଭୋଳାନାଥଙ୍କୁ ପ୍ରସାଦ ଅର୍ପଣ କରନ୍ତୁ । ପୂଜାରେ ବ୍ୟବହାର ହୋଇଥିବା ଜଳ ଏବଂ ଅନ୍ୟାନ୍ୟ ଦ୍ରବ୍ୟକୁ ପରିବାରର ସଦସ୍ୟଙ୍କ ଉପରେ ଛିଞ୍ଚନ୍ତୁ
ରୁଦ୍ରାଭିଷେକର ନିୟମ:
• ନଦୀ ତଟ କିମ୍ବା ପର୍ବତ ନିକଟରେ ଅବସ୍ଥିତ ଥିବା ମନ୍ଦିରର ଶିବଲିଙ୍ଗ ଉପରେ ରୁଦ୍ରାଭିଷେକ କରିବା ଶୁଭ ଏବଂ ଫଳଦାୟୀ ବୋଲି ବିଶ୍ୱାସ କରାଯାଏ
• ମନ୍ଦିରର ଗର୍ଭଗୃହରେ ସ୍ଥିତ ଶିବଲିଙ୍ଗରେ ଜଳାଭିଷେକ କରିବା ଶୁଭ ହୋଇଥାଏ ।
• ଜଳରେ ରୁଦ୍ରାଭିଷେକ କରିବା ପାଇଁ ତମ୍ବା ପାତ୍ର ବ୍ୟବହାର କରନ୍ତୁ
• ଘରେ ସ୍ଥାପିତ ଶିବଲିଙ୍ଗରେ ମଧ୍ୟ ରୁଦ୍ରାଭିଷେକ କରିପାରିବେ । ଏହାବ୍ୟତୀତ ଶିବ ମନ୍ଦିରକୁ ଯାଇ ମଧ୍ୟ ରୁଦ୍ରାଭିଷେକ କରିପାରିବେ ଶ୍ରଦ୍ଧାଳୁ ।

Get real time updates directly on you device, subscribe now.