fbpx
BJD SKY
BJD SKY

କେବେ ସୁଧୁରିବ ମଣିଷ: ଦିନକୁ ଦିନ ବିନାଶ ଆଡ଼କୁ ଗତି କରୁଛି ବିଶ୍ୱ, ତଥାପି କାହାର ଚିନ୍ତା ନାହିଁ

BJD

ନୂଆଦିଲ୍ଲୀ: ଭୟଙ୍କର ବିପଦ ଆଡ଼କୁ ମାଡ଼ି ଚାଲିଛି ସମଗ୍ର ବିଶ୍ୱ । ଗୋଟିଏ ପରେ ଗୋଟିଏ ବଡ଼ ବିପଦ ମାନବ ଜାତି ସମ୍ମୁଖରେ ଉଭା ହୋଇଛି । ଦୀର୍ଘ ୩ ବର୍ଷ ଧରି କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିବା ଫଳରେ ଗ୍ଲୋବାଲ ଆର୍ଥିକ ପରିସ୍ଥିତି ବହୁ ପଛକୁ ଚାଲିଯାଇଥିଲା । ଏହାପରେ ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଋଷ-ୟୁକ୍ରେନ ଯୁଦ୍ଧରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିବା ସହିତ ହଜାର ହଜାର କୋଟିର ଅର୍ଥ ବର୍ବାଦ ହୋଇଥିଲା । ଏବେ ବି ଦୁଇ ରାଷ୍ଟ୍ର ମଧ୍ୟରେ ବିବାଦର ଅନ୍ତ ଘଟିନାହିଁ ।

ତା’ପରେ ତୁର୍କୀ-ସିରିଆରେ ଦେଖାଦେଇଥିବା ଭୟଙ୍କର ଭୂକମ୍ପ ପୁଣି ଥରେ ବିଶ୍ୱବାସୀଙ୍କ ଅଣ୍ଟା ଭାଙ୍ଗିଦେଇଥିଲା । ଜଳବାୟୁ ଏପରି ଭାବେ ପରିବର୍ତ୍ତନ ହୋଇଗଲାଣି ଯେ ଦିନେ ଦୁଇଦିନ ବ୍ୟବଧାନରେ ବିଶ୍ୱର କୋଣ ଅନୁକୋଣରେ ଛୋଟ ବଡ଼ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିନକୁ ଦିନ ନୂଆ ନୂଆ ଅଜଣା ରୋଗରେ ମଣିଷ ଆକ୍ରାନ୍ତ ହେଉଛି । ଗତ ଏକ ବର୍ଷ ଧରି ଭାରତର ଅବସ୍ଥା ମଧ୍ୟ ବହୁତ ବିଗିଡ଼ିଯାଇଛି । ମଣିପୁରରେ ଦେଖାଦେଇଥିବା ହିଂସା ଆଜି ମି ଥମିନାହିଁ । ଏଥିସହିତ ବିଭିନ୍ନ ରାଜ୍ୟରେ ବନ୍ୟା, ଝଡ଼ବାତ୍ୟାରେ ମଧ୍ୟ ବହୁ ଧନଜୀବନ ହାନୀ ହେବାରେ ଲାଗିଛି ।

ତେବେ ଏହା ମଧ୍ୟରେ ସାରା ବିଶ୍ୱ ପାଇଁ ପୁଣି ଏକ ବିପଦ ମାଡ଼ି ଆସିଛି । ଫିଲିସ୍ତୀନ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ଗତ ୭ ତାରିଖରେ ଆକ୍ରମଣ କରିବା ପରଠାରୁ ବିଶ୍ୱରେ ପୁଣି ଏକ ଯୁଦ୍ଧର ସୂତ୍ରପାତ ହୋଇଛି । ଗୁଳିମାଡ଼, ବୋମା ବର୍ଷଣରେ ଇସ୍ରାଏର ଆକାଶ କମ୍ପି ଉଠୁଥିବା ବେଳେ କୁଢ଼ କୁଢ଼ ଶବ ରାସ୍ତାଘାଟରେ ପଡ଼ି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ ପକ୍ଷର ୧୧ ଶହରୁ ଅଧିକ ଜୀବନ ଗଲାଣି । ଯଦି ଗୋଟିଏ ପରେ ଗୋଟିଏ ଯୁଦ୍ଧ ଏପରି ହୋଇଚାଲିବ ତେବେ ଆଗାମୀ ଦିନରେ ବିଶ୍ୱର ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇଯିବ । ବିଭିନ୍ନ ଦେଶରେ ଲୋକମାନେ ଖାଦ୍ୟାଭାବରୁ ମୃତ୍ୟୁବରଣ କରିବେ । ତେଣୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା, ପ୍ରଭୁ ଏ ମଣିଷ ଜାତିଙ୍କୁ ସଦବୁଦ୍ଧି ଦିଅ ଓ ବିଶ୍ୱକୁ ବଞ୍ଚାଅ ।

Get real time updates directly on you device, subscribe now.