fbpx

ସ୍ୱାସ୍ଥ୍ୟକର୍ମୀଙ୍କୁ କେବେ ମିଳିବ ସୁରକ୍ଷା? ଚିକିତ୍ସା ହେବାକୁ ଆସି ନର୍ସଙ୍କ ସହ… ଅଭିଯୁକ୍ତ ରୋଗୀ ଗିରଫ

କୋଲକାତା: ଆର.ଜି କର ମେଡିକାଲ କଲେଜର ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଅସନ୍ତୋଷ ଲାଗି ରହିଛି । ଏହି ଘଟଣା ପରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଡ୍ୟୁଟି ସମୟରେ ସୁରକ୍ଷା ପାଇଁ ଦାବି କରୁଛନ୍ତି । ଏହା ଭିତରେ ଅନ୍ୟ ଏକ ହସ୍ପିଟାଲରେ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି । ଜଣେ ନର୍ସ ଚିକିତ୍ସା କରୁଥିବା ବେଳେ ରୋଗୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରାଯାଇଛି । ଡ୍ରିପ୍ ଲଗାଇବା ସମୟରେ ଖରାପ ଭାଷା ବ୍ୟବହାର କରିବା ସହ ନର୍ସଙ୍କୁ ଟଚ୍ କରୁଥିବା ସେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ରୋଗୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଜ୍ୱର ଯୋଗୁଁ ମେଡିକାଲକୁ ଆସିଥିଲେ । ତେବେ ନର୍ସ ତାଙ୍କୁ ଚିକିତ୍ସା କରିବା ସମୟରେ ରୋଗୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ରାତି ସମୟରେ ଡ୍ୟୁଟି କରିବା ବେଳେ ରୋଗୀ ଜଣକ ମେଡିକାଲ ଆସିଥିଲେ । ଏହାପରେ ଡାକ୍ତରଙ୍କ ଉପଦେଶ ଅନୁସାରେ, ନର୍ସ ରୋଗୀଙ୍କୁ ଡ୍ରିପ୍ ଲଗାଉଥିଲେ । ଏହି ସମୟରେ ରୋଗୀ ଜଣକ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ଖରାପ ଭାଷାରେ କଥାବାର୍ତ୍ତା କରିବା ସହ ମନ୍ଦ ଉଦ୍ଦେଶ ରଖି ନର୍ସଙ୍କୁ ଛୁଇଁବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

ଏହାପରେ ସେ କହିଛନ୍ତି ଯେ, ସୁକ୍ଷାର ଅଭାବ ଯୋଗୁଁ ଏଠାରେ କାମ କରିବା ବିପଦ ଜନକ ହୋଇପଡ଼ୁଛି । ସେହିପରେ ଜଣେ ରୋଗୀ ନର୍ସଙ୍କ ସହ ଏପରି ବ୍ୟବହାରକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହାପରେ ନର୍ସଙ୍କ ଅଭିଯୋଗକୁ ଭିତ୍ତି କରି ହସ୍ପିଟାଲ ପ୍ରଶାସନ ପୋଲିସକୁ ଏ ନେଇ ସୂଚନା ଦେଇଥିଲା । ତେବେ ପୋଲିସ ଘଟଣାସ୍ଥଳକୁ ଆସି ଅଭିଯୁକ୍ତକୁ ଗିରଫ କରିଛି । ଇଲମବଜାର ପୋଲିସ ଷ୍ଟେସନରେ ଏ ନେଇ ଲିଖିତ ଅଭିଯୋଗ ଦାୟର କରାଯାଇ ଉପଯୁକ୍ତ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.