fbpx
BSKY SKY
BSKY SKY

କେବେ ହେବ କଂଗ୍ରେସ ଅଧ୍ୟକ୍ଷ ପଦର ନିର୍ବାଚନ, ଅଗଷ୍ଟ ୨୮ରେ ସ୍ଥିର ହେବ ତାରିଖ, ସୋନିଆ ଡକାଇଲେ ବୈଠକ

BSKY

ନୂଆଦିଲ୍ଲୀ: କଂଗ୍ରେସର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। କଳ୍ପନା ଜଳ୍ପନା ଏହାକୁ ନେଇ ଲାଗି ରହିଛି ଯେ, ପାର୍ଟିର ନୂତନ ଅଧ୍ୟକ୍ଷ କିଏ ହେବ। ସୋନିଆ ଗାନ୍ଧୀ ବୟସାଧିକ ହେବା ସହିତ ସ୍ଵାସ୍ଥ୍ୟଜନିତ ସମସ୍ୟାରେ ପୀଡିତ। ଏମିତିରେ କଂଗ୍ରେସକୁ ଶୀଘ୍ର ନୂତନ ଅଧ୍ୟକ୍ଷ ମିଳିବାକୁ ଯାଉଥିବା ରାଜନୈତିକ ମହଲରେ ଆଶା କରାଯାଉଛି। ହେଲେ ଅଦ୍ୟାବଧି ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ଯେ, କିଏ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବ। ଏହା ମଧ୍ୟରେ କଂଗ୍ରେସ ତରଫରୁ ଅଗଷ୍ଟ ୨୮ରେ ଏକ ବୈଠକ ଡକାଯାଇଛି। ଏହି ବୈଠକରେ କଂଗ୍ରେସର ନୂତନ ଅଧ୍ୟକ୍ଷ ନିର୍ବାଚନର ତାରିଖ ସ୍ଥିର କରାଯିବ।

କଂଗ୍ରେସର ସଂଗଠନ ସାଧାରଣ ସଂପାଦକ କେସି ବେଣୁଗୋପାଳ ବୁଧବାର ଏହାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଅଗଷ୍ଟ ୨୮ରେ ଅପରାହ୍ନ ୩ଟା ୩୦ରେ କଂଗ୍ରେସ କାର‌୍ୟ୍ୟକାରିଣୀ କମିଟିର ଭର୍ଚୁଆଲ ବୈଠକ ଡକାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ଲାଗି ନିର୍ବାଚନ ତାରିଖ ସ୍ଥିର କରାଯିବ ଏବଂ ମଞ୍ଜୁରୀ ଦିଆଯିବ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକର ଅଧ୍ୟକ୍ଷତା କରିବେ। ଉଲ୍ଲେଖନୀୟ କଂଗ୍ରେସରେ ଅଧ୍ୟକ୍ଷ ପଦକୁ ନେଇ ଦ୍ଵନ୍ଦ୍ଵାତ୍ମକ ସ୍ଥିତି ଲାଗି ରହିଛି। ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦର ନିର୍ବାଚନ ଲଢିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଏହା ବ୍ୟତୀତ ଅନ୍ୟ କୌଣସି ନେତା ମଧ୍ୟ ରୁଚି ଦେଖାଉ ନାହାନ୍ତି। ନେତାଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାରି ନାଁ ଉପରେ ପ୍ରସ୍ତାବ ଦିଆଯାଇ ନାହିଁ।

ଏମିତିରେ ଚର୍ଚ୍ଚା ଜୋର ଧରିଛି ଯେ, ପରିଶେଷରେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଶୋକ ଗେହଲଟଙ୍କୁ ଅଧ୍ୟକ୍ଷ କରାଯିବା ନେଇ ମାନସ ମନ୍ଥନ ଚାଲିଛି। ହେଲେ ଖୋଦ୍ ଗେହଲଟ ଏମିତି ଖବରକୁ ଖଣ୍ଡନ କରିଛନ୍ତି। ଗେହଲଟ୍ ଗୁଜରାଟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ, ସେ ନିଜେ ଗଣମାଧ୍ୟମରୁ ଏହି ଖବର ଶୁଣୁଛନ୍ତି। ପାର୍ଟି ଯେଉଁ ଦାୟିତ୍ଵ ଦେବ ତାକୁ ପାଳନ କରିବି ବୋଲି ରାଜସ୍ଥାନର ମୁଖ୍ୟମନ୍ତ୍ରୀ କହିଛନ୍ତି।

 

Get real time updates directly on you device, subscribe now.