fbpx

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ: ଜାଣନ୍ତୁ ଶ୍ୱେତାଙ୍କର କିପରି ହୋଇଥିଲା ମୃତ୍ୟୁ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବୟଫ୍ରେଣ୍ଡ ସୌମ୍ୟଜିତ୍ ଏବେ ପୋଲିସ ହେପାଜତରେ ଥିବାବେଳେ ସାମ୍ନାକୁ ଆସିଛି ଶ୍ୱେତା ଉକ୍ରଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ଉଲ୍ଲେଖ ରହିଛି ।

ରିପୋର୍ଟ ମୁତାବକ, ଶ୍ୱେତାଙ୍କ ବେକ ବ୍ୟତୀତ ଶରୀରର ଅନ୍ୟ କେଉଁଠି କ୍ଷତ ଚିହ୍ନ ନାହିଁ । କିଛି ସମୟ ପରେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିବ ରିପୋର୍ଟ । ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗେଇବ । ଅନ୍ୟପଟେ ଫର୍ମାଟ ହୋଇଥିବା ଶ୍ୱେତାଙ୍କ ଫୋନ ରିଟ୍ରାଇଭ ହୋଇଛି । ପୋଲିସ ହାତରେ ଲାଗିଛି କଲରେକର୍ଡ, ଭିଡିଓ ଓ ଫଟୋ । ହସ୍ତଗତ ତଥ୍ୟ ସମ୍ପର୍କରେ ସୌମ୍ୟଙ୍କୁ ପଚରାଉଚରା କରାଯିବ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କୁ ପୂର୍ବରୁ ପୋଲିସ ନୋଟିସ ପଠାଇଥିବା ବେଳେ ୩୦୬ ଧାରା ଲଗାଇଥିଲା । ସୌମ୍ୟଜିତଙ୍କ ନାମରେ ଶ୍ୱେତାଙ୍କ ପରିବାର ଲୋକେ ଥାନାରେ ଏତଲା ଦାୟର କରିଥିଲେ । ତେବେ ଏହା ମଧ୍ୟରେ ସୌମ୍ୟଜିତ ଚନ୍ଦ୍ରଶେଖରପୁର ଥାନାରେ ହାଜର ହୋଇଥିଲେ । ସୌମ୍ୟଙ୍କୁ ପୋଲିସ ୧୭ଟି ପ୍ରଶ୍ନ ପଚାରିଥିବା ବେଳେ ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଶ୍ୱେତାଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଇଥିବା ତାଙ୍କର ବାପା ଅଭିଯୋଗ କରିଥିଲେ । ସେହିପରି ଶ୍ୱେତାଙ୍କ ମୃତ୍ୟୁ ପାଇଁ ସୌମ୍ୟଜିତ ଦାୟୀ । ସୌମ୍ୟଙ୍କ ପରିବାର ଲୋକେ ଶ୍ୱେତାଙ୍କ ସହ ବିବାହ ପାଇଁ ୩୦ ଲକ୍ଷ ଯୌତୁକ ଦାବି କରିଥିବା ଶ୍ୱେତାଙ୍କ ଭାଇ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.