fbpx
BJD SKY
BJD SKY

ମୃତ୍ୟୁ ପରେ କୁଆଡ଼େ ଯାଆନ୍ତି ଲୋକେ? ମୃତଲୋକଙ୍କ ସହ କଥା ହେଉଛନ୍ତି ଏହି ମହିଳା

BJD

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ବିଭିନ୍ନ ଶୁଣା କଥା ଉପରେ ବିଶ୍ୱାସ କରିଥାନ୍ତି । କେବଳ ସେତିକି ନୁହେଁ, ଏହି କଥାକୁ ଅନ୍ୟ ଲୋକମାନଙ୍କୁ ମଧ୍ୟ ବିଶ୍ୱାସ କରିବା ପାଇଁ ବାଧ୍ୟ କରି ଦେଇଥାନ୍ତି ସେମାନେ । ତେବେ ଭୂତ-ପ୍ରେତ ଭଳି ଘଟଣାକୁ ଏହାର ସବୁଠାରୁ ଉଦାହରଣ ଭାବରେ ନିଆଯାଇପାରେ । କିଛି ଲୋକ ପ୍ରକୃତରେ ଆତ୍ମା, ଭୂତ-ପ୍ରେତ ଇତ୍ୟାଦି ଜିନିଷର ଅସ୍ଥିତ୍ୱ ରହିଥିବା ବିଶ୍ୱାସ କରିଥାନ୍ତି । ତେବେ ଏହାକୁ ନେଇ ଜଣେ ମହିଳା ଖୁବ ଚର୍ଚ୍ଚାରେ ରହିଛି । ମୃତ ବ୍ୟକ୍ତିମାନଙ୍କ ସହ ସେ କଥା ହେଉଥିବା ନେଇ ଦାବି କରିଛନ୍ତି । ଏହାବ୍ୟତୀତ ସେ କହିଛନ୍ତି ଯେ, ମୃତ୍ୟୁ ପରେ ଲୋକମାନେ କୁଆଡ଼େ ଯାଆନ୍ତି, ସେ କଥା ମଧ୍ୟ ମହିଳା ଜଣକ ଜାଣିଥିବା ପ୍ରକାଶ କରିଛନ୍ତି ।

ଖୁବ ଚର୍ଚ୍ଚାରେ ରହିଥିବା ଏହି ମହିଳା ଜଣକ ହେଉଛନ୍ତି ଆମେରିକା କାଲିଫର୍ଣ୍ଣିଆର ଏମିଲି ଡେକ୍ସଟର । ସାଧାରଣତଃ ଲୋକମାନଙ୍କ ମନରେ ପ୍ରଶ୍ନ ଥାଏ ଯେ ମୃତ୍ୟୁ ପରେ ମଣିଷର ଆତ୍ମା କୁଆଡ଼େ ଯାଏ? ତେବେ ଅନେକ ଜାଣିବାକୁ ଚେଷ୍ଟା କରିବା ପରେ ମଧ୍ୟ ଏହାର ଉତ୍ତର ମିଳିପାରି ନାହିଁ ।କିନ୍ତୁ ଏମିଲି ଏହାର ଉତ୍ତର ଜାଣିଥିବା ଦାବି କରିଛନ୍ତି । ଏମିଲି କହିଛନ୍ତି ଯେ, ସେ ପ୍ରତିଦିନ ମୃତବ୍ୟକ୍ତିଙ୍କ ସହ କତାବାର୍ତ୍ତା କରିଥାନ୍ତି ଏବଂ ସେମାନେ ତାଙ୍କୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଏମିଲିଙ୍କ କହିବା ଅନୁସାରେ, ମୃତ୍ୟୁ ପରେ ମଣିଷର ଆତ୍ମା ଏକ ବିଶେଷ ସ୍ଥାନକୁ ଯାଇଥାଏ ।

ରିପୋର୍ଟ ଅନୁସାରେ, ମୃତ୍ୟୁ ପରେ ମଣିଷର ଆତ୍ମା ନିଜର ଖାସ ଲୋକମାନଙ୍କ ଆତ୍ମା ସହ ପ୍ରାୟ ୧-୨ ସପ୍ତାହ ପଯ୍ୟନ୍ତ ଘୁରି ବୁଲିଥାଏ । ଏହାପରେ ସେହି ଆତ୍ମା ଯେଉଁ ଜାଗାକୁ ଯାଏ ସେଠାରେ ଖୁବ କଷ୍ଟ ଏବଂ ଯନ୍ତ୍ରଣାର ସାମ୍ନା କରିବାକୁ ପଡ଼ିଥାଏ ବୋଲି କହିଛନ୍ତି ଏମିଲି । ନର୍କଯନ୍ତ୍ରଣା ବିଷୟରେ ପ୍ରାୟତଃ ସମସ୍ତେ ଶୁଣିଥିବେ, ଏଠାରେ ମଣିଷର କର୍ମ ଅନୁସାରେ ବିଭିନ୍ନ ଯନ୍ତ୍ରଣା ଦିଆଯାଏ ବୋଲି ତାଙ୍କୁ ମୃତବ୍ୟକ୍ତି କହିଛନ୍ତି ବୋଲି ତାଙ୍କର ଦାବି ରହିଛି ।

ଏହି ଯନ୍ତ୍ରଣାଦାୟକ ସମୟ ଶେଷ ହେବା ପରେ ଆତ୍ମା ନିଜ ପ୍ରିୟଜନଙ୍କ ମାର୍ଗଦର୍ଶନ କରିଥାଏ । ସେମାନେ ଆଗକୁ କ’ଣ କରିବା ଉଚିତ, ସେ ବିଷୟରେ ତାଙ୍କୁ ସୂଚନା ଦେଇପାରିବେ । ତେବେ ପିଲାବେଳରୁ ଏମିଲିଙ୍କୁ ନିଜର ଏହି ଶକ୍ତି ବିଷୟରେ ଜଣା ପଡ଼ି ସାରିଥିଲା । ଏହାଦ୍ୱାରା ସେ ନିଜର ପୂର୍ବଜମାନଙ୍କ ଆତ୍ମ ସହ ମଧ୍ୟ କଥା ହୋଇଥିବା ଦାବି କରିଛନ୍ତି ।

Get real time updates directly on you device, subscribe now.